ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

କର୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା,ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଭାସଙ୍କ ମୃତଦେହ

Published By : prameya | March 9, 2025 12:00 PM

ଭୁବନେଶ୍ୱର,୦୯/୦୩:କର୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା । କର୍ଣାଟକରୁ କର୍ଗୋ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡ଼ିଆ ଯୁବକ ବିଭାସଙ୍କ ମୃତଦେହ । ମୃତଦେହ ନେବାକୁ ବିଭାସ ନାୟକଙ୍କ ପରିବାର ଲୋକେ ପହଞ୍ଚିଥିବା ବେଳେ  ତାଙ୍କ ମରଶରୀରକୁ ଆଜି ଆମ୍ବୁଲାନ୍ସ ଯୋଗେ ଗାଆଁକୁ ନିଆଯିବା ନେଇ ସୂଚନା ମିଳିଛି । 

ତେବେ କର୍ଣ୍ଣାଟକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହାମ୍ପିଠାରେ ଜଣେ ଇସ୍ରାଏଲୀ ଯୁବତୀଙ୍କ ସମେତ ଦୁଇଜଣଙ୍କୁ ଗଣଦୁଷ୍କର୍ମ  କରାଯାଇଥିଲା। ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କ ମଧ୍ୟରୁ ୨ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ଜଣକୁ ଖୋଜିବା ପାଇଁ କର୍ଣ୍ଣାଟକ ପୁଲିସ ତନାଘନା ଚଳାଇଛି । ତୁଙ୍ଗଭଦ୍ରା ନଦୀକୂଳରେ ଗତ ୬ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ଘଟିଥିବା ଏହି ଘଟଣା କର୍ଣ୍ଣାଟକରେ ଆଲୋଡ଼ନ ଖେଳାଇ ଦେଇଥିଲା । ପୁଲିସ ସୂଚନା ମୁତାବକ, ପୀଡ଼ିତା ଯୁବତୀଙ୍କ ସହ ୩ ଜଣ ଅନ୍ୟ ପୁରୁଷ ପର୍ଯ୍ୟଟକ ଥିଲେ । ଏମାନଙ୍କ ମଧ୍ୟରେ ଆମେରିକାର ଡାନିଏଲ୍‌, ମହାରାଷ୍ଟ୍ରର ପଙ୍କଜ ଏବଂ ଓଡ଼ିଶା କନ୍ଧମାଳ ଜିଲ୍ଲାର ବିଭାସ ନାୟକ ଥିଲେ । ଦୁର୍ବୃତ୍ତମାନେ ଯୁବତୀଦ୍ୱୟଙ୍କୁ ଗଣବଳାତ୍କାର କରିବା ପୂର୍ବରୁ ୩ ପୁରୁଷ ପର୍ଯ୍ୟଟକଙ୍କୁ ଧକ୍କା ମାରି ହ୍ରଦ ମଧ୍ୟକୁ ଠେଲିଦେଇଥିଲେ । ଡାନିଏଲ୍‌ ଓ ପଙ୍କଜ ପହଁରି ବାହାରି ଯାଇଥିଲେ । କିନ୍ତୁ ବିଭାସ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । 

କର୍ଣ୍ଣାଟକ ପୁଲିସ ଓଡ଼ିଶାର ବିଭାସଙ୍କୁ ଖୋଜିବା ଲାଗି ମାର୍ଚ୍ଚ ୭ରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା । ଅଗ୍ନିଶମ କର୍ମଚାରୀଙ୍କ ବ୍ୟତୀତ ପୁଲିସ ଓ ସନ୍ଧାନୀ କୁକୁର ଅଭିଯାନରେ ସାମିଲ ହୋଇଥିଲେ । ମାର୍ଚ୍ଚ ୮ ଅର୍ଥାତ ଶନିବାର ସକାଳେ ବିଭାସଙ୍କ ମୃତଦେହ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂର ହ୍ରଦ ନିକଟବର୍ତ୍ତୀ ପାୱାର ହାଉସ୍‌ ପାଖରୁ ମିଳିଛି । ଗଣଦୁଷ୍କର୍ମ ଶିକାର ହୋଇଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଇସ୍ରାଏଲୀ ନାଗରିକ  ଥିବା ବେଳେ ଅନ୍ୟ ଜଣକ ହୋମ୍‌ଷ୍ଟେ ମାଲିକାଣୀ ।ପ୍ରକାଶ ଥାଉକି, ମୃତକ ବିଭାସ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ତେରାବାଡ଼ି ଗ୍ରାମର ମୂଳ ବାସିନ୍ଦା । ବିଭାସଙ୍କ ବାପା ବିଜୟ ନାୟକ ପୂର୍ବରୁ ଫୁଲବାଣୀରେ ବିଶପ ଥିଲେ । ବର୍ଷେ ତଳେ ତାଙ୍କର ଉତ୍ତର ଭାରତ ମଣ୍ଡଳୀର ଆଗ୍ରାର ବିଶପ ତଥା ଦିଲ୍ଲୀ ସିନଦର ମଡ୍‌ରେଟର ଭାବେ ବଦଳି ହୋଇଥିଲା । ସେ ଏବେ ଆଗ୍ରାରେ ସପରିବାର ରହୁଛନ୍ତି । ବିଭାସ ଇଟାଲୀ, ଜାପାନ ଇସ୍ରାଏଲ୍‌, ଜର୍ମାନ, ନେପାଳ ଆଦି ଦେଶ ଭ୍ରମଣ କରିଛନ୍ତି । ସେ କିଛିଦିନ ପୂର୍ବରୁ ଇସ୍ରାଏଲରୁ ଫେରି ବିଦେଶୀ ସାଙ୍ଗଙ୍କ ସହ କର୍ଣ୍ଣାଟକ ବୁଲିବାକୁ ଯାଇଥିଲେ । ପୁଅର ମୃତ୍ୟୁ ଖବର ପାଇ ବାପା ବିଜୟ ବେଙ୍ଗାଲୁରୁ ଠାରେ ପହଞ୍ଚି କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.