ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ହଁସୁଆ ନଦୀ ଘେରିବନ୍ଧ ରାସ୍ତାରେ ଖସିଲା ୩୦ ଫୁଟର ଅତଡ଼ା, ୩ ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା

Published By : Prameya | March 10, 2025 11:48 AM

ଭୁବନେଶ୍ଵର, ୧୦/୦୩ : କୂଳ ଖାଉଛି ହଁସୁଆ ନଦୀ। ଚିନ୍ତାରେ ଅଞ୍ଚଳବାସୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜଳସମ୍ପଦ ବିଭାଗ ଅଧିନରେ ଥିବା ହଁସୁଆ ନଦୀ ଘେରିବନ୍ଧ ରାସ୍ତାର ଜଗନ୍ନାଥପୁର ନିକଟରେ ନଦୀ କୂଳ ଖାଉଛି। ୩୦ ଫୁଟର ମାଟି ଅତଡ଼ା ଖସିଥିବା ଦେଖିବାକୁ ମିଳିଛି। 

ସୂଚନାନୁଯାୟୀ, ରାଜନଗର ବ୍ଲକ ହଁସୁଆ ନଦୀ ଘେରିବନ୍ଧ ରାସ୍ତାର ଜଗନ୍ନାଥପୁର ନିକଟରେ ୩୦ ଫୁଟର ମାଟି ଅତଡା ଖସିଛି। ଫଳରେ ଘାଇ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଘାଇ ସୃଷ୍ଟି ହେଲେ ସ୍ଥାନୀୟ ୩ ପଞ୍ଚାୟତର କିଛି ଅଞ୍ଚଳ ଜଳ ପ୍ଲାବିତ ହେବାର ସମ୍ଭାବନା ରହିଛି। ତେଣୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଅନୁଧ୍ୟାନ କରି ମରାମତି କରିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।  

ଏହି ଖବରଟିକୁ ପଢନ୍ତୁ-ବିଧାନସଭାରେ ଅଚଳାବସ୍ଥା ଜାରି, ବିରୋଧୀଙ୍କ ଜରଦାର୍ ହଙ୍ଗାମା ଯୋଗୁଁ ଗୃହ ମୁଲତବୀ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.