ଭୁବନେଶ୍ଵର, ୧୦/୦୩ : ମେଡିସିନ୍ ଦୋକାନ ଉପରକୁ ବୋମାମାଡ଼। ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ବୋମାମାଡ଼ ହୋଇଛି। ରବିବାର ରାତି ପ୍ରାୟ ସାଢେ ୮ଟା ବେଳେ ଏହି ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ବୋମାମାଡ଼ କରାଯାଇଛି।
ସୂଚନାନୁଯାୟୀ, ଗୋକର୍ଣ୍ଣପୁର ଗ୍ରାମର ମୁଖ୍ୟରାସ୍ତା କଡରେ ଥିବା ପ୍ରହଲ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ରାତି ପ୍ରାୟ ସାଢ଼େ ୮ ଟାରେ ଏକ ବାଇକରେ ଦୁଇଜଣ କଳାମୁଖା ପିନ୍ଧିଥିବା ଦୁର୍ବୃତ୍ତ ଆସି ଦୋକାନ ଉପରକୁ ଲଗାତର ୩ଟି ବୋମା ଫିଙ୍ଗି ଚାଲିଯାଇଥିଲେ। ଦୁଇଟି ବୋମା ଫୁଟିଥିବା ବେଳେ ଗୋଟିଏ ବୋମା ଫୁଟି ନଥିଲା। ଦୋକାନୀ ପ୍ରହଲ୍ଲାଦ ଡାକୁଆ ଅଳ୍ପକେ ବର୍ତ୍ତି ଯାଇଥିଲେ। ବୋମାମାଡ଼ ଯୋଗୁଁ ଦୋକାନର କ୍ୟାସ୍ କାଉଣ୍ଟର କିଛି ପରିମାଣରେ ଜଳି ଯାଇଛି। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ବୋମା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍ଆରସି