ସୋରଡା,୦୯/୦୩: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ସୋରଡ଼ା ପୋଲିସ ଘଟଣାସ୍ଥଳରେ ତାଙ୍କୁ ଉଦ୍ଧାର କରି ଡ଼ାକ୍ତଖାନାରେ ଭର୍ତ୍ତି କରିଛି। ତେବେ ଗୁରୁତର ଯୁବକ ଜଣକ ଗେଞ୍ଜା ପଂଚାୟତ ବନ୍ଧାଗୋଛା ଗ୍ରାମର ସପନୀ ନାୟକ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ- ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ
ସୂଚନା ଅନୁଯାୟୀ, ଯୁବକ ଜଣକ କୌଣସି କାମରେ ରବିବାର ସକାଳେ ସୋରଡ଼ା ଆସିଥିଲେ । ହାଟପଦା ନିକଟରେ ଅଚାନକ କେତେଜଣ ଆସି ତାକୁ କୌଣସି ଧାରୁଆ ଅସ୍ତ୍ରରେ ଦୁଇ ଗୋଡ଼ ଓ ହାତକୁ ହାଣିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫଳରେ ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ତେବେ ଆକ୍ରମଣର କାରଣ ଜଣାପଡ଼ିନାହିଁ।ଖବର ପାଇ ପୋଲିସ୍ ଏସ ଆଇ କୈଳାସ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଆହତ ଯୁବକକୁ ନିଜ ଗାଡ଼ିରେ ଡାକ୍ତରଖାନା ଆଣି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି । ତେବେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ସପନୀକୁ ବ୍ରହ୍ମପୁର ପଠାଇ ଦିଆଯାଇଛି । ବର୍ତ୍ତମାନ ଆକ୍ରମଣର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।