ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଲୱେରେ ସରକାରୀ ଚାକିରି ପାଇଁ ଆଶା କରିଛନ୍ତି କି ? ୧୦ ପାସ୍‌ ବ୍ୟକ୍ତି ଏଠାରେ ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଯଦି ଆପଣ ରେଲୱେରେ ସରକାରୀ ଚାକିରି ଚାହାନ୍ତି ତ ଆପଣଙ୍କୁ କହି ରଖୁଛୁ କି, ଉତ୍ତର ପଶ୍ଚିମୀ ରେଲୱେର ରେଲୱେ ରିକ୍ରୁଟମେଣ୍ଟ ସେଲ୍‌ ଜୟପୁର ୧୦ ଫେବ୍ରୁଆରୀ ,୨୦୨୪ରେ ଆପ୍ରେଣ୍ଚିସ୍‌ ପଦ ପାଇଁ ରେଜିଷ୍ଟ୍ରେସନର ପ୍ରକ୍ରିୟା ବନ୍ଦ କରିବାକୁ ଯାଉଛନ୍ତି। ଯେଉଁ ପ୍ରାର୍ଥୀ ଏବେସୁଦ୍ଧା ଆବେଦନ କରି ନାହାନ୍ତି, ସେ ତୁରନ୍ତ ଅଫିସିଆଲି ୱେବ୍‌ସାଇଟ୍‌ rrcjaipur.inର ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ପରାମର୍ଶ ଦିଆଯାଇଛି କି, ସରକାରୀ ଚାକିରିର ଏହି ସୁନ୍ଦର ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ। ଯେଉଁ ଆଶାୟୀ ବ୍ୟକ୍ତି ଆପ୍ରେଣ୍ଟିସ ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ, ସେ ରେଜିଷ୍ଟ୍ରେସନ କରିବା ପୂର୍ବରୁ ନିଯୁକ୍ତି ସହ ଜଡ଼ିତ ସୂଚନା ଭଲ ଭାବେ ପଢି ନିଅନ୍ତୁ, ଯାହାକି ରେଜିଷ୍ଟ୍ରେସନ ବେଳେ କୌଣସି ପ୍ରକାରର ସମସ୍ୟା ଉଠାଇବାକୁ ପଡ଼ିବ ନାହିଁ। 

ଜାଣନ୍ତୁ ପଦର ସଂଖ୍ୟା ବିଷୟରେ –

ସର୍ବ ପ୍ରଥମେ କହି ରଖୁଛୁ କି, ଉତ୍ତର ପଶ୍ଚିମ ରେଲୱେ ଆପ୍ରେଣ୍ଟିସ୍‌ର୧୬୪୬ ପଦରେ ଭରନ୍ତୁ। 

ଶିକ୍ଷାଗତ ଯୋଗ୍ୟତା – ଯେଉଁ ଆଶାୟୀ ପ୍ରାର୍ଥୀ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ଶ୍ରେଣୀ ବା ୧୨ ଶ୍ରେଣୀ ପାସ୍‌ କରିସାରି ଥିବେ , ସେ ଆବଦେନ କରିବାର ଯୋଗ୍ୟ । 

ବୟସ ସୀମା – ପ୍ରାର୍ଥୀଙ୍କୁ ୧୦ ଫେବ୍ରୁଆରୀ ଯାଏ ୧୫ ବର୍ଷ ବୟସ ହୋଇଥିବା ଦରକାର ଏବଂ ୨୪ ବର୍ଷର ଆୟୁ ପୂରା ହୋଇ ନଥିବ। ଅର୍ଥାତ୍‌ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍‌। ସରକାରୀ ମାନଦଣ୍ଡ ଅନୁସାରେ ଏସସି/ଏସଟି/ ଓବିସି ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ କୋହଳ ହେବ। ଏସସି/ଏସଟି କ୍ୟାଟେଗୋରୀ ପାଇଁ ଏହା ୫ ବର୍ଷ କୋହଳ , ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଏହା ୩ବର୍ଷ। PwBD ପାଇଁ ବୟସ ସୀମାରେ ୧୦ ବର୍ଷର କୋହଳ ଦିଆଯିବ। 

ଆବେଦନ ଫିସ୍‌ – ଜେନେରାଲ କ୍ୟାଟେଗୋରୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍‌ ୧୦୦ଟଙ୍କା ରହିଛି। ଏସସି/ଏସଟି, PwBD, ମହିଳା ପ୍ରାର୍ଥୀଙ୍କୁ ଆବେଦନ ଫିସ୍‌ର ପେମେଣ୍ଟରୁ କୋହଳ କରିଦିଆଯିବ। ଫିସ୍‌ର ପେମେଣ୍ଟ ଡେବିଟ୍‌ / କ୍ରେଡିଟ୍‌ କାର୍ଡର ମାଧ୍ୟମରେ କରାଯାଇ ପାରେ। ଅଧିକ ସମ୍ୱନ୍ଧିତ ବିବରଣୀ ପାଇଁ ପ୍ରାର୍ଥୀ ଏନଡବ୍ଲୁଆର୍‌ର ଅଫିସିଆଲି ୱେବସାଇଟ୍ rrcjaipur.in ଦେଖିବାକୁ ପରାମର୍ଶ ଦିଆଯାଇଛି।

ଆବେଦନ କରିବା ପ୍ରଣାଳୀ – ଆଶାୟୀ ପ୍ରାର୍ଥୀ ଅଫିସିଆଲି ୱେବସାଇଟ୍‌ rrcjaipur.in ମାଧ୍ୟମରେ ଆବଦେନ ଫର୍ମ ଭରି ପାରିବେ। 

ଚୟନ ପ୍ରଣାଳୀ –

ଏହି ପଦ ପାଇଁ ବିନା ଲିଖିତ ପରୀକ୍ଷାରେ ପ୍ରାର୍ଥୀ ଚୟନ ହେବ। ଅର୍ଥାତ୍‌ ମେରିଟ୍‌ ଲିଷ୍ଟ ୧୦ଶ୍ରେଣୀ ଓ ଆଇଟିଆଇର ମାର୍କସ ଅଧାରରେ ପ୍ରସ୍ତୁତି କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.