ପ୍ରମୂଖ ଖବର
  • ବାଲେଶ୍ବରରେ ଗାଡ଼ି ସାଇଡ୍ ମାରିବାରୁ ଗୁଳିମାଡ଼, ଜଣେ ଆହତ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ, ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
  • ||
  • IAS ସ୍ତରରେ ଅଦଳବଦଳ, ସମର୍ଥ ବର୍ମା ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ
  • ||
  • ବୟାଳିଶ ମୌଜା ଶ୍ରୀକୃଷ୍ଣ ବିହାର ହତ୍ୟା ଘଟଣା, ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏସନ୍ କଲା ପୋଲିସ
  • ||
  • ଖୋଲିବ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ପେଡି: ରାଜାଚକ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ
  • ||
  • ଭୁବନେଶ୍ୱର ଘାଟିକିଆରେ ମର୍ମନ୍ତୁଦ ଦୁର୍ଘଟଣା, ଯୁବକଙ୍କ ଉପରେ ଚଢିଗଲା କଲେଜ ବସ୍
  • ||
  • ଗାଜାରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ୍, ୨୦୦ ମୃତ
  • ||
  • ବଦଳିବ ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍, ତ୍ରିଶୁଳିଆ ନୁହେଁ କଟକ ଯାଏ ବିସ୍ତୃତ ହେବ ମେଟ୍ରୋ କରିଡର
  • ||
  • ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍, ପରିବାରବର୍ଗଙ୍କର ହେଲା ବୟାନ ରେକର୍ଡ
  • ||
  • ଆମେରିକାର ଫ୍ଲୋରିଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ପରିବାରର ୩ ମୃତ
  • ||
  • ୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା
  • ||
  • ସ୍ୱର୍ଗଦ୍ୱାରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ
  • ||
  • ୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ, ମୂଲ୍ୟାୟନ ବେଳେ କ୍ୟାମ୍ପସ୍‌ ବାହାରକୁ ଯିବା ମନା
  • ||
  • କାଳବୈଶାଖୀ ଆଣିବ ଆଶ୍ୱସ୍ତି, କାଲିଠୁ ଖସିବ ତାତି: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ରିଜାଇଡିଂ ଅଫିସର ନଆସିବାରୁ ଦାରିଙ୍ଗବାଡ଼ି ସରପଞ୍ଚଙ୍କ ବିରୋଧରେ ହେଲାନି ଅନାସ୍ଥା ଭୋଟ୍, ରାତିସାରା ତହସିଲଦାରଙ୍କ ଅଫିସରେ ୱାର୍ଡ ମେମ୍ବରଙ୍କ ଧାରଣା

Published By : Prameya | March 18, 2025 9:33 AM

ଦାରିଙ୍ଗବାଡ଼ି, ୧୮/୩ : ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ଭୋଟ୍ ସ୍ଥଗିତ । ଆସିଲେନି ପ୍ରିଜାଇଡିଂ ଅଫିସର । ତହସିଲଦାରଙ୍କ ଅଫିସରେ ରାତି ସାରା ଧାରଣା ଦେଲେ ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର । ଦାୟିତ୍ଵରେ ଅବହେଳା ପାଇଁ ତହସିଲଦାର ଓ ଉପ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି । 

ସୂଚନାନୁଯାୟୀ, ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ୟ/ ସଭ୍ୟାମାନେ ଅନାସ୍ଥା ପାଇଁ ଜାନୁଆରୀ ୨୪ରେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଫେବୃୟାରୀ ୨୮ ତାରିଖ ଦିନ ଉପଜିଲ୍ଲାପାଳ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵତନ୍ତ୍ର ବୈଠକ କରାଯାଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସହ ଓ ଗୁପ୍ତ ଭୋଟ୍‌ କରାଯିବାକୁ ଏକ ନୋଟିସ୍ (୧୦୩୨/୨୮.୦୨.୨୦୨୪) ଜାରି କରିଥିଲେ । ସୋମବାର ଦିନ ଏହି ଅନାସ୍ଥା ଭୋଟିଂ ହେବାର ଥିଲା। ଏହି ଅନାସ୍ଥା ଭୋଟିଂକୁ ପରିଚାଳନା କରିବାକୁ ପ୍ରିଜାଇଡିଂ ଅଫିସର ଭାବେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ୱାର୍ଡ ସଭ୍ୟ/ସଭ୍ୟା ସୋମବାର ଦିନ ୧୧ଟାରେ ପଞ୍ଚାୟତ ସମିତିର ସଭାଗୃହ ଠାରେ ପହଞ୍ଚି ପ୍ରାୟ ଅପରାହ୍ନ ସାଢେ଼ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ମାତ୍ର ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପ୍ରିଜାଇଡିଂ ଅଫିସର ଶରତ ଶବର ଅନୁପସ୍ଥିତ ରହିଥିଲେ। ଫଳରେ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ତହସିଲ ଅଫିସରେ ଧାରଣ ଦେଇଥିଲେ । 

ପ୍ରଶାସନିକ ସ୍ତରରେ କୌଣସି ଲିଖିତ ପ୍ରତିଶ୍ରୁତି ନମିଳିବା ଯୋଗୁଁ ରାତି ସାରା ସମସ୍ତ ୱାର୍ଡ ମେମ୍ବରମାନେ ଭୋକ ଉପବାସରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । କଂଗ୍ରେସର ବରିଷ୍ଠ ନେତା ପ୍ରତାପ ପ୍ରଧାନ ବିଳମ୍ବିତ ରାତିରେ ପହଞ୍ଚି ସେମାନଙ୍କୁ ସମର୍ଥନ କରିବା ସହ ସରକାରୀ କଳକୁ ବ୍ୟବହାର କରି ଷଡ଼ଯନ୍ତ୍ର ଭାବେ ଭୋଟିଂ ବନ୍ଦ କରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତହସିଲଦାର ଓ ଉପ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଆଗାମୀ ଦିନରେ ଏହି ଘଟଣାକୁ ନେଇ ଦାରିଙ୍ଗବାଡି ବନ୍ଦ ଡାକରା ଦିଆଯିବ ବୋଲି ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି ।

ସେପଟେ ୱାର୍ଡ ସଭ୍ୟ/ସଭ୍ୟାମାନେ ପଞ୍ଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି। ତହସିଲ କାର୍ଯ୍ୟାଳୟ ମୁଖ୍ୟ ଦ୍ଵାରରେ ଧାରଣାରେ ବସିଥିବା ଯୋଗୁଁ ଅଫିସ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସେହିପରି ପଞ୍ଚାୟତ ଅଫିସରେ ତାଲା ପଡ଼ିଥିବା ଯୋଗୁଁ ସେଠାରେ ବି ସମସ୍ତ କାର୍ଯ୍ୟ ଠପ୍ ହୋଇରହିଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ହଟିବ ନାହିଁ କି ତହସିଲ କାର୍ଯ୍ୟାଳୟରୁ ଧାରଣା ଉଠିବ ନାହିଁ ବୋଲି ଜିଦିରେ ଅଟଳ ରହିଛନ୍ତି ୱାର୍ଡ ମେମ୍ବର। ତେବେ ଉକ୍ତ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-

ଥମୁନି ହାତୀ ମଣିଷ ଲଢେଇ, ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.