ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଧର୍ମଶାଳା ଥାନାର ନବ ନିର୍ମିତ କୋଠା ଉଦଘାଟିତ, ଭର୍ଚୁଆଲ୍‌ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya | March 7, 2025 12:59 PM

ଯାଜପୁର, ୦୭/୦୩ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ନୂତନ କୋଠା ଉଦଘାଟିତ। ନବ ନିର୍ମିତ ଥାନା ଗୃହକୁ ଭର୍ଚୁଆଲ୍‌ରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ସାମ୍ମାନିତ ଅତିଥି ଭାବେ ଯାଜପୁରର ଅତିରିକ୍ତ ଏସପି ଅନିରୁଦ୍ଧ ରାଉତରାୟ, ଡିଏସପି ଶିଥିକଣ୍ଠ କାନୁନଗୋ, ଏସଡିପିଓ ପି କେ ମାଝୀ, ଧର୍ମଶାଳା ଥାନ ଅଧିକାରୀ ରଞ୍ଜନ କୁମାର ମାଝୀ ଏବଂ ବିଡିଓ ଜ୍ୟୋତିର୍ମୟୀ କର ପ୍ରମୁଖ ଯୋଗ ଦେଇଥିଲେ। 

ସୂଚନାନୁଯାୟୀ, ରାଜ୍ୟରେ ନୂତନ ଭାବେ ତିଆରି ହୋଇଥିବା ୧୪ଟି ଥାନା ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଭୁବନେଶ୍ଵର ନୟାପଲ୍ଲୀ ଥାନା, ଅନୁଗୋଳ ଜିଲ୍ଲାର ସଦର ଥାନା, ସମଲ ଥାନା, ବରଗଡ଼ର ଭେଡେନ, କଳାହାଣ୍ଡି ଟାଉନ ଥାନା, କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା, ସୁଙ୍କି ଥାନା, ମାଲକାନଗିରିର କୋରକୁଣ୍ଡା, କନ୍ଧମାଳ ଫିରିଙ୍ଗିଆ, କଟକର CRRI, ମଙ୍ଗଳାବାଗ, ଜଗତସିଂହପୁର ପାରାଦୀପ ବ୍ଲକ ଥାନା,  ଯାଜପୁରର ଧର୍ମଶାଳା ଥାନା ଓ କୋରେଇ ଥାନା ଗୃହଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ବୃଦ୍ଧଙ୍କୁ ବିଭତ୍ସ ହତ୍ୟା, ତିନି ଦିନ ପରେ ମୃତଦେହ ଉଦ୍ଧାର


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.