ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା, ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ସରିଲା ବୟାନ ରେକର୍ଡ଼

Published By : Prameya | March 6, 2025 6:00 PM

ପାଟଣାଗଡ଼,୬/୩ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ଆଜି ପାଟଣାଗଡ ଏଡିଜେ କୋର୍ଟରେ ସରିଲା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଳଙ୍କ ବୟାନ ରେକର୍ଡ । ଏହି ମାମଲାକୁ ସୁପ୍ରିମ କୋର୍ଟ ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ ଗ୍ରହଣ ସାରିବାକୁ ନିର୍ଦେଶ ଦେଇଥିବାବେଳେ ସମସ୍ତ ସାକ୍ଷ ସରିଯାଇଛି। ତେବେ ସାକ୍ଷ ସରିବା ପରେ ଆଜି ପୁଞ୍ଜିଲାଲଙ୍କ ବୟାନ ରେକର୍ଡ଼ କରାଯାଇଛି। ସରକାରୀ ଓକିଲଙ୍କ କହିବା ଅନୁସାରେ ସରକାରୀ ସାକ୍ଷ୍ୟ ପ୍ରମାଣ ଦଲିଲଙ୍କ ଆଧାରରେ ପ୍ରାୟ ୨୪୫ ଟି ପ୍ରଶ୍ନ ମାନ୍ୟବର କୋର୍ଟ ପୁଞ୍ଜିଲାଲଙ୍କୁ ପଚାରି ବୟାନ ରେକର୍ଡ଼ କରିଥିଲେ। ଆସନ୍ତା ୧୩ ତାରିଖ ପୁଞ୍ଜିଲାଲଙ୍କ ତରଫରୁ ପରିତ୍ରାଣ ସାକ୍ଷୀ ଦେବାକୁ କୋର୍ଟକୁ ଅନୁରୋଧ କରାଯାଇଛି।

ଆଜି ବୟାନ ରେକର୍ଡ଼ ସଫଳତା ସହ ସମାପ୍ତ ହୋଇଥିବା କହିଛନ୍ତି ସରକାରୀ ଓକିଲ । ସୂଚନା ଅନୁସାରେ ୨୦୧୮ ଫେବୃଆରୀ ୨୩ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫  ତାରିଖରେ ଗିରଫ କରିଥିଲା I ସେବେ ଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.