ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ବସନ୍ତ ମାଝିଙ୍କୁ ସାଂସଦ ପ୍ରତିନିଧିରୁ ବାଦ ଦେଲେ ସାଂସଦ ବଳଭଦ୍ର ମାଝି

Published By : Prameya | March 5, 2025 7:20 PM

ଚନ୍ଦାହାଣ୍ଡି,୫/୩ :   ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସାଂସଦ ପ୍ରତିନିଧି ବସନ୍ତ ମାଝିଙ୍କୁ ସାଂସଦ ପ୍ରତିନିଧି ଦାୟିତ୍ୱ   ପ୍ରତ୍ୟାହାର କରି ନେଇ ଥିବା ନେଇ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝି ସୂଚନା ଦେଇଛନ୍ତି l ସାଂସଦଙ୍କ ପତ୍ର ସଂଖ୍ୟା ୧୨୦/୩୫ତାରିଖ ୪/୩/୨୫ରେ ଏକ ପତ୍ର ଚନ୍ଦାହାଣ୍ଡି ବିଡିଓ ମଧୁସୂଦନ ମାଝିଙ୍କୁ ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି l 

ଯେଉଁଥିରେ ସାଂସଦଙ୍କ ସ୍ଥାନରେ ବସନ୍ତ ମାଝି ବ୍ଲକ ସମିତି ବୈଠକଠାରୁ ଆରମ୍ଭ କରି କୌଣସି ସରକାରୀ କାର୍ଯ୍ୟରେ ତାଙ୍କ ବଦଳରେ ଭାଗ ନେଇ ପାରିବେ ବୋଲି ଉଲ୍ଲେଖ ରହିଛି l  ଏ ସମ୍ପର୍କରେ ସାଂସଦ ପ୍ରତିନିଧି  ବସନ୍ତ  ମାଝିଙ୍କୁ ପଚାରିବାରୁ   ସେ   ସ୍ୱଇଚ୍ଛାରେ ନିଜର ବ୍ୟକ୍ତି ଗତ ସମସ୍ୟା  ଯୋଗୁଁ   ସାଂସଦ ପ୍ରତିନିଧି  ପଦବୀରୁ ଇସ୍ତଫା ଦେଇ ଥିବା ନେଇ ତାଙ୍କ  ପ୍ରତକ୍ରିୟାରେ ପ୍ରକାଶ  କରିଛନ୍ତି l  କିନ୍ତୁ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି l   

ବସନ୍ତଙ୍କ ସ୍ଥାନରେ ସାଂସଦ ପ୍ରତିନିଧି ଭାବରେ କାହାକୁ ଦାୟିତ୍ୱ ଦେବେ କି ନାହିଁ ସେ ସମ୍ପର୍କରେ ସାଂସଦ ବଲଭଦ୍ର ମାଝିଙ୍କୁ ପଚାରିବାରୁ  ବର୍ତ୍ତମାନ ସୁଧା ନିଷ୍ପତ୍ତି  ନେଇ ନାହାନ୍ତି   ବୋଲି ସେ ପ୍ରକାଶ କରିଛନ୍ତି l  ପ୍ରକାଶ ଯେ, ଗତ ୨୭ ତାରିଖ ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରାଙ୍କ ପ୍ରତିନିଧି ପ୍ରତାପ ବାଘଙ୍କୁ ଠିକା କାମକୁ କେନ୍ଦ୍ର କରି ସାଂସଦ ପ୍ରତିନିଧି ବସନ୍ତ ମାଝି ଏବଂ ବିଜେପି କର୍ମୀମାନେ ମାଡ଼ ମାରିବା ସହ ଚପଲରେ ପିଟିଥିଲେ l ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ନାଗରିକ ମଞ୍ଚ ଏବଂ ଗଣ୍ଡା ସମାଜ  ସାଂସଦ ବଳଭଦ୍ର ମାଝିଙ୍କ କୁଶ ପୁତୁଳିକା ଦାହ କରି ଥିଲେ l

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.