ନୂଆଦିଲ୍ଲୀ,୧୨।୨ଷ ଭାରତୀୟ କାର ନିର୍ମାତା କମ୍ପାନୀ ମାରୁତିର ଏବେ ଆକାଶ ଉପରେ ନଜର ରଖିଛି। ଜାପାନରେ ଥିବା କମ୍ପାନୀ ସାହାଯ୍ୟରେ ଇଲେକଟ୍ରିକ୍ ଏୟାର କପ୍ଟର ତିଆରି କରିବାର ଯୋଜନା କରୁଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ଇଲେକ୍ଟ୍ରିକ୍ ଏୟାର କପ୍ଟର ଡ୍ରୋନ୍ଠାରୁ ବଡ, କିନ୍ତୁ ରେଗୁଲାର ହେଲିକପ୍ଟରରୁ ଛୋଟ ହେବ, ଯେଉଁଥିରେ ପାଇଲଟ ସହିତ ଅତି କମ୍ରେ ତିନି ଜଣ ପାସେଞ୍ଜର ଯିବାର କ୍ଷମତା ରହିବ। ଏହାର ଉଦେଶ୍ୟ ଭାରତରେ ବିସ୍ତାର କରିବା ପୂର୍ବରୁ ଜାପାନ ଓ ଆମେରିକାରେ ଉପଭୋକ୍ତାଙ୍କୁ ଟାର୍ଗେଟ କରି ନ୍ୟୁ ମୋବିଲିଟି ସଲ୍ୟୁସନ୍ରେ ଆଗେଇଛି। ଉବେର ଓ ଓଲା କାର ଭଳି ଏହି ବିମାନ ଟ୍ୟାକ୍ସି ଟ୍ରାନ୍ସପୋର୍ଟ ଦୁନିଆରେ କ୍ରାନ୍ତି ଆଣିପାରେ।
ମାରୁତି ନା କେବଳ ବିକ୍ରି ପାଇଁ ଭାରତୀୟ ବଜାର ଖୋଜିବାରେ ରୁଚି ରଖିଛି ବଂର ମାନୁଫାକଚରିଂ ଅର୍ଥ କମ୍ କରିବା ପାଇଁ ଭାରତରେ ମାନୁଫ୍ୟାକଚରିଂ ଉପରେ ମଧ୍ୟ ବିଚାର କରୁଛନ୍ତି। ସୁଜୁକି ମୋଟର(ଅଟୋମୋବାଇଲ ପ୍ରଡକ୍ଟ ସ୍କିମ୍ ଗ୍ରୁପ୍) ଗ୍ଲୋବାଲ ଅଟୋମୋବାଇଲ ପ୍ଲାନିଂ ଡିପାର୍ଟମେଣ୍ଟର ସହାୟକ ପ୍ରବନ୍ଧକ କେଣ୍ଟୋ ଓଗୁରା କହିଛନ୍ତି, କମ୍ପାନୀ ଏଭିଏସନ୍ ରେଗୁଲେଟର ଡିଜିସିଏ ସହିତ ଆଲୋଚନା କରିଛି। ମାରୁତି ସୁଜୁକି ଇଲେକ୍ଟ୍ରୀକ୍ ଏୟାର କଫ୍ଟରକୁ ସ୍କାଇଡାଇଭ ନାଁ ଦିଆଯିବ। ଏହାର ପ୍ରାରମ୍ଭିକ ବିକ୍ରି ଜାପାନ ଓ ଆମେରିକାରେ ହେବ, କିନ୍ତୁ ମାରୁତିର ଯୋଜନା ଶେଷରେ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଏହି ଟେକ୍ନୋଲୋଜିକୁ ଭାରତରେ ଆଣିବାକୁ ଯାଉଛି।
କମ୍ପାନୀ ବର୍ତ୍ତମାନ ଭାରତରେ ସମ୍ଭାବିତ ଗ୍ରାହକ ଓ ପାର୍ଟନରସିପ୍ର ଚିହ୍ନଟ କରିବା ପାଇଁ ବଜାର ରିସର୍ଚ୍ଚ କରୁଛି। ଭାରତରେ ସଫଳ ହେବା ପାଇଁ ଏୟାର କପ୍ଟର ଶସ୍ତା ହେବା ଦରକାର। ସୁଜୁକି ମୋଟରର ସହାୟକ ପ୍ରବନ୍ଧକ କେଣ୍ଟୋ ଓଗୁରା ମଡେଲକୁ ହେଲିକପ୍ଟରଠାରୁ ଶସ୍ତା କରିବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।