ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

କଂଗ୍ରେସରୁ ନିଲମ୍ଵିତ ହେଲେ ମନ୍ମଥ ରାଉତରାୟ, ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୦୮/୦୯ : କଂଗ୍ରେସରୁ ନିଲମ୍ଵିତ ହେଲେ ମନ୍ମଥ ରାଉତରାୟ। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନହେବା ନେଇ ମିଡିଆରେ କହିଥିଲେ। ସୋ କଜ୍ ନୋଟିସର ଉତ୍ତର ନଦେବା ପରେ ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ। 

ସୂଚନାନୁଯାୟୀ, ମନ୍ମଥ ରାଉତରାୟ କଂଗ୍ରେସରୁ ଲଢିବେନି ବୋଲି ବୁଧବାର ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେ ବିଜେଡି ନା ଅନ୍ୟ କୌଣସି ଦଳରେ ସାମିଲ ହେବେ ଏପରି  ନାନା କଳ୍ପନାଜଳ୍ପନା ଓ ପ୍ରଶ୍ନ ଲୋକଙ୍କ ମଧ୍ୟରେ ଉଙ୍କି ମାରିଛି।  

ବର୍ତ୍ତମାନର ବିଧାୟକ ସୁର ରାଉତରାୟ ଆଗାମୀ  ନିର୍ବାଚନରେ ନ ଲଢ଼ି ତାଙ୍କର ରାଜନୈତିକ ଉତ୍ତରାଧିକାରୀ  ଭାବେ ସାନପୁଅ ମନ୍ମଥଙ୍କ ନାମ ବହୁ ପୂର୍ବରୁ ଘୋଷଣା  କରିସାରିଛନ୍ତି । ଏହି ଘୋଷଣା ପରେ ମନ୍ମଥ ନିର୍ବାଚନମଣ୍ଡଳୀ  ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ  ସ୍ଥାନୀୟ ନାନା ସମସ୍ୟାକୁ ନେଇ ଆନ୍ଦୋଳନ କରିବା,  ଦାବିପତ୍ର ଦେବା କାର୍ଯ୍ୟକଳାପ ଜାରି ରଖିଛନ୍ତି । 

୨ ମାସ ପୂର୍ବେ ସେ ପାଇଲଟ୍‌ ଚାକିରିରୁ ଇସ୍ତଫା ଦେଇଥିଲେ । ପରେ ସେ ପ୍ରାର୍ଥୀହେବା ନିଶ୍ଚିତ ବୋଲି  ସମସ୍ତେ ଧରିନେଇଥିଲେ । ଅବଶ୍ୟ ମନ୍ମଥ  ଏଯାବତ୍‌ କୌଣସି ଦଳର ସଦସ୍ୟତା  ଗ୍ରହଣ କରିନାହାନ୍ତି । ଅକ୍ଟୋବରରେ  ଏନେଇ ସେ ଘୋଷଣା କରିବେ ବୋଲି  କହିଛନ୍ତି । ବାପା ତାଙ୍କର କଂଗ୍ରେସର  ପୁରୁଣା ଓ ବରିଷ୍ଠ ନେତା ହୋଇଥିବାରୁ  ପୁଅ କେଉଁ ଦଳ ଆଡ଼କୁ ମୁହାଁଇବେ  ତାକୁ ନେଇ ଆଲୋଚନା ଲାଗି ରହିଛି । ପୁଅ ବିଜେଡିରେ ସାମିଲ ହେବା  ନେଇ ହେଉଥିବା ଚର୍ଚ୍ଚାକୁ ସୁର ଅନେକ ସମୟରେ ଖଣ୍ଡନ  କରିଛନ୍ତି । କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ମନ୍ମଥଙ୍କ ସ୍ପଷ୍ଟ  ଘୋଷଣା ପରେ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତା, କର୍ମୀ  ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନେ ମନ୍ମଥଙ୍କ ପଛରେ ରହିବେ  ନା କଂଗ୍ରେସ ଦଳରେ ରହିବେ ଏପରି ଦୋଛକିରେ ଅଛନ୍ତି । କିଛି ମାସ ହେବ ମନ୍ମଥଙ୍କ ଗତିବିଧି ଓ ମତାମତରୁ  କଂଗ୍ରେସ ଅପେକ୍ଷା ବିଜେଡି ପ୍ରତି ତାଙ୍କର ଦୁର୍ବଳତା  ପ୍ରକାଶ ପାଉଥିବା ଲୋକେ ଅନୁମାନ କରୁଥିଲେ । ଆଉ  ଆଜି କଂଗ୍ରେସରୁ ଲଢ଼ିବେ ନାହିଁ ଘୋଷଣା ପରେ ଏପରି  ଅନୁମାନର ଗୁରୁତ୍ୱ ବଢ଼ିଯାଇଛି । ମନ୍ମଥ କହିଛନ୍ତି,  ଏପରି ଘୋଷଣା କରିବା ପୂର୍ବରୁ ବାପା, ପରିବାର  ସଦସ୍ୟ ଓ ସମର୍ଥକଙ୍କ ସହିତ ଆଲୋଚନା କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.