ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯାତ୍ରୀଙ୍କୁ ଲୁଟିବା ପାଇଁ ୧୧୦ ଦିନରେ ୨୦୦ ବିମାନ‌ରେ ଯାତ୍ରା କରିଥିଲା ଚୋର

ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ଚୋରି କରିବାର ତରିକା ମଧ୍ୟ ବଦଳିଗଲାଣି। ଚୋରମାନେ ଏବେ ଅପାର ବୁଦ୍ଧିର ବ୍ୟବାହାର କରି ଚୋରି କରୁଛନ୍ତି । କିନ୍ତୁ ସବୁବେଳେ ଚୋର ଘର ଅନ୍ଧାର ନଥାଏ । କିଛି ନା କିଛି ସୁରାକ ପାଇଁ ଚୋର ଧରାପଡ଼େ ଆଉ ତାର କଳା ସାମ୍ରାଜ୍ୟର ପର୍ଦ୍ଦାଫାସ ହୁଏ । ସେହିଭଳି ଜଣେ ଚୋରର କାରନାମା ପଦାକୁ ଆସିଛି ।   ଦିଲ୍ଲୀର ଏକ ହାଇଟେକ୍‌ ଚୋର ରାଜେଶ କୁମାର ବୋଲି ଜଣାପଡ଼ିଥିବା ବେଳେ ଏବେ ସେ ପୋଲିସ ହାଜତରେ ରହିଛି । ରାଜେଶ କୁମାର ବିମାନ ଯାତ୍ରୀଙ୍କ ଠାରୁ ବହୁମୂଲ୍ୟ ସାମଗ୍ରୀ ଚୋରି କରୁଥିଲା । ଆଉ ଏଥିପାଇଁ ସେ ବିମାନ ଟିକେଟ କିଣି ଦେଶର ବିଭିନ୍ନ ସହରକୁ ଯାତ୍ରା ମଧ୍ୟ କରୁଥିଲା । 

ସବୁଠୁ ବଡ଼ କଥା ହେଉଛି, ପ୍ରାୟ ୧୧୦ ଦିନ ମଧ୍ୟରେ ସେ ୨୦୦ ବିମାନରେ ଟିକେଟ କରିବା ସହ ଯାତ୍ରା ବି କରିଥିଲା । ଦୀର୍ଘ ଦିନ ହେଲା ସେ ଚୋରି କରିଆସୁଥିବା ବେଳେ ତା ସଂପର୍କରେ କାହା ପାଖରେ କିଛି ଖବର ନଥିଲା । ହେଲେ ୭ ଲକ୍ଷ ଟଙ୍କା ଅଳଙ୍କାର ଥିବା ବ୍ୟାଗ ଚୋରି ହୋଇଥିବା ନେଇ  ହାଇଦ୍ରାବାଦରୁ ଦିଲ୍ଲୀ ଯାତ୍ରା କରିଥିବା ଜଣେ ମହିଳା ପୋଲିସରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଛାନଭିନ କରୁଥିବା ବେଳେ ପୁଣି ସମାନ ଢ଼ଙ୍ଗରେ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ନେଇ ଆଉ ଏକ ଅଭିଯୋଗ ପାଇଥିଲା ଦିଲ୍ଲୀ ପୋଲିସ ।  ଅଭିଯୋଗକାରୀ ଜଣଙ୍କ ଅମୃତସରରୁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଜର୍ମାନୀ ଯାତ୍ରା କରିବାର ଥିଲା । ହେଲେ ଏହାରି ଭିତରେ ତାଙ୍କର ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା ଏବଂ ସେ ଥାନାରେ ଏଫଆଇଆର ଦେଇଥିଲେ । 

ଏଭଳି ଦୁଇଟି ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ତତ୍ପରତା ପ୍ରକାଶ କରିବା ସହ ଆରମ୍ଭ କରିଥିଲା ଅପରେସନ୍‌ । ଏହା ପରେ ପୋଲିସ ଦିଲ୍ଲୀ, ଅମୃତସର ଏବଂ ହାଇଦ୍ରାବାଦ ବିମାନବନ୍ଦରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା ।ଏଥିରୁ ପୋଲିସକୁ ଅଭିଯୁକ୍ତର ସୁରାକ୍‌ ମିଳିଥିଲା । ଆଉ ଅଭିଯୁକ୍ତ ରାଜେଶ କୁମାରକୁ ଦିଲ୍ଲୀ ପାହାଡ଼ଗଞ୍ଜରୁ ଗିରଫ କରିଛି ।   ବିମାନ ଯାତ୍ରୀଙ୍କୁ ପାଖରୁ ପରଖି ନେଉଥିଲା ରାଜେଶ । କାହା ପାଖରେ କେତେ ମାଲ୍‌ ରହିଛି, କିଏ କଣ ବ୍ୟାଗରେ ନେଉଛି ଏସବୁକୁ ବ୍ୟାଗେଜ୍‌ ଡିକ୍ଲାରେସନ୍‌ ସ୍ଲିପ୍‌ରୁ ସେ ଜାଣିନେଉଥିଲା । ଏହା ପରେ ସେ ଉକ୍ତ ଯାତ୍ରୀଙ୍କୁ କଥା ଆଳରେ ମୋହରା କରି ଲୁଟୁଥିଲା । 

 ଅନେକ ସମୟ‌ରେ ରାଜେଶ ସିଟ୍‌ ପରିବର୍ତ୍ତନ କରିବାକୁ ଏୟାର ଲାଇନକୁ କହୁଥିଲା। ବିଭିନ୍ନ କାରଣ ଦର୍ଶାଇ ପୂର୍ବ ଯୋଜନା ମୁତାବକ ଉକ୍ତ ଯାତ୍ରୀଙ୍କ ପାଖରେ ବସୁଥିଲା ରାଜେଶ । ଏହା ପରେ ଯାତ୍ରୀଙ୍କ ବ୍ୟାଗକୁ ପରିବର୍ତ୍ତନ କରି ନିଜେ ନେଇଥିବା ବ୍ୟାଗକୁ ରଖି ଦେଉଥିଲା । ବିମାନରୁ ଓହ୍ଲାଇବା ପରେ ପରିବର୍ତ୍ତିତ ବ୍ୟାଗ୍‌କୁ ନେଇ ଚାଲିଯାଉଥିଲା ରାଜେଶ । ଏନେଇ ଦିଲ୍ଲୀ ପୋଲିସର ଡେପୁଟି କମିଶନର ଉଷା ରଙ୍ଗରାନୀ କହିଛନ୍ତି । ତେବେ ରାଜେଶ କୁମାର ଦିଲ୍ଲୀର ପାହାଡ଼ଗଞ୍ଜରେ ଥିବା ନିଜର ଏକ ଗେଷ୍ଟ ହାଉସ୍‌ ‘ରିକି ଡିଲକ୍ସ’ରେ ରହୁଥିଲା । ଗେଷ୍ଟ ହାଉସ୍‌ର ତୃତୀୟ ମହଲାରେ ରହୁଥିବା ବେଳେ ବାକି ରୁମରେ ଗ୍ରାହକମାନେ ରହୁଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.