ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କଞ୍ଚନଜଙ୍ଗା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମମତାଙ୍କ ପ୍ରତିକ୍ରିୟା, କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ

କୋଲକାତା : କଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଷିଲେ। ରେଳ ମନ୍ତ୍ରଣାଳୟର କାର୍ଯ୍ୟ ନେଇ ଉଠାଇଲେ ପ୍ରଶ୍ନ। ସୋମବାର ଦିନ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି , ତାଙ୍କୁ (ରେଲୱେ ମନ୍ତ୍ରଣାଳୟ) ଯାତ୍ରୀଙ୍କର ସୁବିଧା ନେଇ ଚିନ୍ତା ନାହିଁ । ସେମାନଙ୍କୁ ରେଲୱେ ଅଧିକାରୀ ,ରେଲୱେ ଇଞ୍ଜିନିୟର , ରେଲୱେ ଟେକ୍ନିକାଲ କର୍ମଚାରୀ ଓ ଶ୍ରମିକଙ୍କର ମଧ୍ୟ ଚିନ୍ତା ନାହିଁ। ସେମାନେ ମଧ୍ୟ ସମସ୍ୟାରେ ଅଛନ୍ତି। ତାଙ୍କର ପୁରୁଣା ପେନସନ ପୁଣି ଫେରେଇ ନିଆ ଯାଇଛି। 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି - ମୁଁ ସଂପୂର୍ଣ୍ଣ ରୂପେ ରେଲୱେ କର୍ମଚାରୀ ଓ ରେଲୱେ ଅଧିକାରୀଙ୍କ ସହ ରହିଛି। ସେମାନେ ନିଜର ପୂରା ଚେଷ୍ଟା ଜାରି ରଖିଛନ୍ତି। ସେ କହିଛନ୍ତି , ଏହି ସରକାରକୁ କେବଳ ନିର୍ବାଚନର ଚିନ୍ତା । କେମିତି ହ୍ୟାକିଂ କରାଯିବ , କେମିତି ହେରଫେର କରାଯାଇ ପାରିବ, କେମିତି ନିର୍ବାଚନରେ ଏପଟସେପଟ କରାଯିବ...ମୋତେ ଲାଗୁଛି କି ତାଙ୍କୁ ଶାସନ ପାଇଁ ଅଧିକ ସମୟ ଦେବା ଉଚିତ୍। ବୟାନବାଜି ପାଇଁ ନୁହେଁ।

କହି ରଖୁଛୁ କି, ବଙ୍ଗଳାର ଦାର୍ଜିଲିଂ ଜିଲ୍ଲାରେ ଆଜି ସକାଳେ ମାଲଗାଡି ଧକ୍କା ହେବା ଯୋଗୁଁ ସିୟାଲଦହ ଯାଉଥିବା କଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ପଛର ୩ଟି ବଗି ଟ୍ରାକ୍‌ରୁ ବାହାରି ଯାଇଥିଲା। ଏହି ଦୁର୍ଘଟଣାରେ ୧୫  ଜଣ ଯାତ୍ରୀଙ୍କ ଜୀବନ ଚାଲି ଯାଇଛି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି କି, ମୃତକଙ୍କ ସଂଖ୍ୟା ଆହୁରି ବଢି ପାରେ। ହେଲେ ରାଜ୍ୟ ଓ କେନ୍ଦ୍ରର ଅନେକ ଏଜେନ୍ସି ସ୍ଥାନୀୟ ଲୋକଙ୍କ ସହ ମିଶି ସେହି ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ ସ୍ତରରେ କାମ କରୁଛନ୍ତି , ଯାହା ଏବେ ବି ଭିତରେ ଫସି ରହି ପାରନ୍ତି। ବରିଷ୍ଠ ରେଲୱେ ଅଧିକାରୀ କହିଛନ୍ତି କି, ମୃତକଙ୍କ ମଧ୍ୟରେ ମାଲଗାଡ଼ିର ପାଇଲଟ ଓ ସହ-ପାଇଲଟ ମଧ୍ୟ ସାମିଲ ଅଛନ୍ତି। ପୁଲିସ କହିଛି କି , ଦୁର୍ଘଟଣାରେ ଆହତ ଲୋକଙ୍କୁ ଉତ୍ତର ପଶ୍ଚିମବଙ୍ଗ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲ ନିଆଯାଇଛି।  

ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ପାଇଁ ପଶ୍ଚିମବଙ୍ଗ ପ୍ରସ୍ଥାନ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୀଡ଼ିତଙ୍କୁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି , ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା , ଗୁରୁତର ଆହତଙ୍କୁ ୨,୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାରର ସହାୟତା ରାଶି ଦିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.