ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରିଲାକ୍ସ ମୁଡ଼ରେ ନଜର ଆସିଲେ ସିଏମ୍ ଶିବରାଜ, ପରିବାର ସହ ଭୋପାଳରେ କଲେ ଡିନର

ନୂଆଦିଲ୍ଲୀ,୫/୧୨ : ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ଏକ ମିଶନ ରୂପରେ ନେଇଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବେ ଫଳାଫଳ ପରେ ରିଲାକ୍ସ ମୁଡ଼୍‌ରେ ନଜର ଆସିଛନ୍ତି । ଗତ ୬ମାସରୁ ଲଗାତର ସକ୍ରିୟତା ରଖିଥିବା ସିଏମ୍ ଶିବରାଜ ସିଂହ ଚୌହାନ ଗତ ରାତିରେ ରାଜଧାନୀ ଭୋପାଳର ଏକ ହୋଟେଲରେ ପହଞ୍ଚି ପରିବାର ସହ ଡିନର କରିଛନ୍ତି । ନିର୍ବାଚନର ଟେନ୍ସନ ପରେ ଡିନର କରିବାକୁ ପହଞ୍ଚିଥିବା ଶିବରାଜ ସିଂହ ଚୌହାନଙ୍କ ମୁହଁରେ ହସ ଥିବା ଦେଖାଦେଇଛି ।

ପ୍ରକାଶ ଯେ, ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ସହ ବିଜୟ ହାସଲ କରିଛି । ବିଧାନସଭା ନିର୍ବାଚନକୁ ନେଇ ସିଏମ୍ ଶିବରାଜ ସିଂହ ଚୌହାନଙ୍କ ଭଉଣୀ ‌ଯୋଜନା ଏବଂ ତାଙ୍କ ଅନ୍ଦାଜର ମୁଖ୍ୟ ଭୂମିକା କୁହାଯାଉଛି । ସିଏମ୍ ଶିବରାଜ ସିଂହ ଚୌହାନ ନିର୍ବାଚନ ସମୟରେ ସବୁଠାରୁ ଅଧିକ ୧୬୫ସଭା କରିଛନ୍ତି । ଏହି ପରିଶ୍ରମର ଫଳାଫଳ ଏହା ରହିଛି କି ଏହି ନିର୍ବାଚନରେ ବିଜେପି ବହୁମତରେ ବିଜୟୀ ହୋଇଛି । ରାଜ୍ୟରେ ବିଜେପିର ୧୬୩ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ପହଞ୍ଚିଛନ୍ତି । ବିଜେପି ବହୁମତର ସଂଖ୍ୟା ପାର୍ କରିଛି । 

୨୦୧୮ରେ ୧୧୪ସିଟ୍ ଜିତି ମଧ୍ୟପ୍ରଦେଶ ସରକାର କରିଥିବା କଂଗ୍ରେସ ପାର୍ଟି ଚଳିତ ଥର ୬୬ସିଟ୍‌ରେ ରହିଯାଇଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ପରିଣାମ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶରେ ଜିତିଥିବା ବିଜେପି ପ୍ରାର୍ଥୀମାନେ ସିଏମ୍ ଶିବରାଜ ସିଂହ ଚୌହାନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚୁଛନ୍ତି ତ ଅନ୍ୟପଟେ ଦଳର ସମର୍ଥକ ଏବଂ କାର୍ଯ୍ୟକର୍ତ୍ତା ବି ତାଙ୍କୁ ଭେଟିବାକୁ ଏଠାରେ ପହଞ୍ଚୁଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.