ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ ୩୧/୦୫: ଲୋକସଭା ନିର୍ବାଚନର ୬ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଆସନ୍ତା ମାସ ୧ ତାରିଖ (ଶନିବାର)ରେ ଭୋଟ ପଡ଼ିବ ।  ଏଥିଲାଗି ଗୁରୁବାର ପ୍ରଚାରର ଶେଷ ଦିନ ଥିଲା । ବିଭିନ୍ନ ଦଳ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ । ପଞ୍ଜାବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ  ସଭା କରିଥିଲେ । ଶେଷ ପର୍ଯ୍ୟାୟରେ କେନ୍ଦ୍ରଶାସିତ  ଅଞ୍ଚଳ ଚଣ୍ଡିଗଡ଼ ଏବଂ ୭ଟି ରାଜ୍ୟର ମୋଟ ୫୭  ଲୋକସଭା ଆସନରେ ମତଦାନ ହେବ । ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୯୦୪ ପ୍ରାର୍ଥୀ  ନିଜ ଭାଗ୍ୟ ପରୀକ୍ଷା କରାଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି, କଙ୍ଗନା ରାଣାୱତ, ରବିଶଙ୍କର ପ୍ରସାଦ, କେନ୍ଦ୍ରମନ୍ତ୍ରୀ  ଅନୁରାଗ ସିଂହ ଠାକୁର, ଟିଏମ୍‌ସି ନେତା ଅଭିଷେକ  ବାନାର୍ଜୀ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ  ସିଂହ ଚନ୍ନି ଏବଂ ଭୋଜପୁରୀ ଅଭିନେତା ପୱନ ସିଂହଙ୍କର ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟରେ  ଉତ୍ତର ପ୍ରଦେଶ ଓ ପଞ୍ଜାବର ୧୩ ଲେଖାଏଁ ଆସନରେ  ମତଦାନ ହେବାକୁ ଯାଉଛି । ସେହିଭଳି ପଶ୍ଚିମବଙ୍ଗର ୯, ବିହାରର ୮, ଓଡ଼ିଶାର ୬, ହିମାଚଳ ପ୍ରଦେଶର ୪ ଓ ଝାଡ଼ଖଣ୍ଡର ୩ଟି ଆସନରେ ଭୋଟିଂ ହେବ ।  ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର  ଏକମାତ୍ର ଲୋକସଭା ଆସନରେ ବି ମତଦାନ ହେବ ।  ଏହି ପର୍ଯ୍ୟାୟରେ ଲଢ଼ୁଥିବା ୯୦୪ ପ୍ରାର୍ଥୀଙ୍କ ମଧ୍ୟରେ  ୨୯୯ କୋଟିପତି ଥିବା ବେଳେ ୧୯୯ ଦାଗୀ ନେତା  ଅଛନ୍ତି । ସେହିଭଳି ୧୧% ମହିଳା ପ୍ରାର୍ଥୀ ରହିଛନ୍ତି । 

୨୦୧୯ରେ ଏହି ୫୭ ଆସନ ମଧ୍ୟରୁ ବିଜେପି  ଏକାକୀ ୨୫ ଆସନ ଜିତିଥିଲା । ସେହିଭଳି  ଟିଏମ୍‌ସି ଖାତାକୁ ୮ଟି ଯାଇଥିଲା ବେଳେ କଂଗ୍ରେସକୁ ୭ଟି ମିଳିଥିଲା । ଗତ ନିର୍ବାଚନରେ  ଏହି ୫୭ ଆସନରେ ମୋଟ ୬୫.୨୯% ମତଦାନ  ହୋଇଥିଲା । ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୮୦%  ଏବଂ ବିହାରରେ ସର୍ବନିମ୍ନ ୫୧.୩୪% ଭୋଟିଂ  ହୋଇଥିଲା । ବାରାଣସୀ (ୟୁପି), ପାଟନା  ସାହିବ(ବିହାର), ମଣ୍ଡି (ହିମାଚଳ ପ୍ରଦେଶ),  ହମିରପୁର (ହିମାଚଳ ପ୍ରଦେଶ), ଡାଏମଣ୍ଡ ହାର୍ବର  (ପଶ୍ଚିମବଙ୍ଗ) ଆସନ ଉପରେ ଦେଶବାସୀଙ୍କ ନଜର  ରହିବ ।ଏହି ଆସନଗୁଡ଼ିକରେ ଯଥାକ୍ରମେ ମୋଦି, ରବିଶଙ୍କର ପ୍ରସାଦ, କଙ୍ଗନା ରାଣାୱତ, ଅନୁରାଗ  ସିଂହ ଠାକୁର ଓ ଅଭିଷେକ ବାନାର୍ଜୀ ଲଢ଼ୁଛନ୍ତି ।

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.