ନୂଆଦିଲ୍ଲୀ,୧୨/୨ : ଲୋକସଭା ନିର୍ବାଚନ ୨୦୨୪ପୂର୍ବରୁ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏନଡିଏରେ ସାମିଲ ହେବାକୁ ଘୋଷଣା କରିଛନ୍ତି । ରାଲୋଦ ପ୍ରମୁଖ ଜୟନ୍ତ ଚୌଧୁରୀ ଏନଡିଏରେ ଯିବା ଲାଗି ପ୍ରଶ୍ନ ଉପରେ ନିଜ ଲକ୍ଷ ସ୍ପଷ୍ଟ କରି ଦେଇଛନ୍ତି । ଜୟନ୍ତ କହିଛନ୍ତି କି, ମୁଁ ନିଜର ସମସ୍ତ ବିଧାୟକଙ୍କ ସହ କଥା ହୋଇସାରିଛି । ଆମକୁ କମ୍ ସମୟରେ ନିଷ୍ପତ୍ତି ନେବାକୁ ପଡ଼ିଛି । ପରିସ୍ଥିତି ଏଭଳି ଥିଲା କି ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ସେହିପରି ଜୟନ୍ତ ଚୌଧୁରୀ କହିଛନ୍ତି କି ଆମର ସବୁ ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ଆମ ସାଙ୍ଗରେ ଅଛନ୍ତି ।
ନିକଟରେ ମୋଦୀ ସରକାରଙ୍କ ଦ୍ବାରା ଜୟନ୍ତ ଚୌଧୁରୀଙ୍କ ଦାଦା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଇଥିଲା । ଯାହା ପରେ ଜୟନ୍ତ ଚୌଧୁରୀଙ୍କ ଏନଡିଏରେ ଯିବା ଲାଗି ନିଷ୍ପତ୍ତି ନେଇଥିଲେ । ମାତ୍ର ଏବେ ସେ ସ୍ପଷ୍ଟ କରିଦେଇଛନ୍ତି କି ସେ ଖୁବଶୀଘ୍ର ବିଜେପି ସହ ଗଠବନ୍ଧନ କରିବେ । ପ୍ରକାଶ ଯେ ଜୟନ୍ତ ଚୌଧୁରୀ ଏହା ପୂର୍ବରୁ ବିପକ୍ଷ ଦଳର ଇଣ୍ଡିଆ ଗଠବନ୍ଧନର ଭାଗିଦାରୀ ଥିଲେ ଏବଂ ସପା ରାଲୋଦକୁ ୭ସିଟରେ ନିର୍ବାଚନ ଲଢିବାକୁ ଅଫର ଦେଇଥିଲା । ମାତ୍ର ସପାର ସିମ୍ବଲ ରାଲୋଦ ଏବଂ ଆଶାୟୀ ସପାର ଫର୍ମୁଲାରେ ଜୟନ୍ତ ଚୌଧୁରୀ ନାରାଜ ଥିଲେ ।
କେନ୍ଦ୍ର ସରକାର ଯେତେବେଳେ ପୂର୍ବତନ ପିଏମ୍ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ ସେତେବେଳେ ଜୟନ୍ତ ଚୌଧୁରୀ ଭାରତର ରାଷ୍ଟ୍ରପତି ଏବଂ ବିଶେଷ ରୂପରେ ପିଏମ୍ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ସେହିଭଳି ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା କି କ’ଣ ସେ ବିଜେପି ସହ ଯିବେ ତ ଏହା ଉପରେ ସେ କହିଥିଲେ କି, କେଉଁ ମୁହଁରେ ମନା କରିବି ? ମାତ୍ର ଏବେ ଜୟନ୍ତ ଚୌଧୁରୀ ଏନଡିଏରେ ଯିବାକୁ ନିଜେ ଘୋଷଣା କରି ଦେଇଛନ୍ତି ।