ଭୁବନେଶ୍ବର: ଭାରତର ପ୍ରମୁଖ ୱାଟର ପ୍ୟୁରିଫାୟାର ବ୍ରାଣ୍ଡ୍ କେଣ୍ଟ ପକ୍ଷରୁ ଏକ ନୂଆ ଉତ୍ପାଦର ବଜାର ପ୍ରବେଶ ହୋଇଛି। କମ୍ପାନୀ ପକ୍ଷରୁ ଏହାର ନୂଆ ପ୍ରିମିୟମ ଫ୍ୟାନ୍ କୁଲ୍ (Kuhl) ପ୍ରଥମ ଥର ପାଇଁ ଭାରତୀୟ ବଜାରକୁ ପ୍ରବେଶ କରିଛି। ଭାରତୀୟ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ଷ୍ଟାଣ୍ଡାର୍ଡ ମଡେଲ ଠାରୁ ଆରମ୍ଭ କରି ହାଇ-ଏଣ୍ଡ୍ ମଡେଲର ଫ୍ୟାନ୍ ଲଞ୍ଚ କରିଛି କମ୍ପାନି।
ତେବେ କମ୍ପାନିର ସବୁଠୁ ଆକର୍ଷଣୀୟ ମଡେଲ ହେଉଛି ମିଷ୍ଟ ଫ୍ୟାନ୍। ଲଞ୍ଚ ଅବସରରେ କମ୍ପାନି ଅଧିକାରୀ କହଛନ୍ତି, କୁଲ ଫ୍ୟାନ୍ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ କରାଯାଇଛି। ଏହି ଫ୍ୟାନ୍ ଘରର ତାପମାତ୍ରାକୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମ ରଖିବ ବୋଲି କମ୍ପାନୀର ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହା ସହ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଫ୍ୟାନ୍ ଉପରେ କମ୍ପାନି ମାଗଣା ଇନଷ୍ଟଲେସନ ସହ ସବୁ ଜିଲ୍ଲାରେ ସର୍ଭିସ୍ ସେଣ୍ଟର୍ ସୁବିଧା ରହିଛି ବୋଲି କମ୍ପାନୀର ଜେନେରାଲ ମ୍ୟାନେଜର ସୂଚନା ଦେଇଛନ୍ତି।