ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତରଙ୍କୁ ଅଢେଇ ଲକ୍ଷ ଘୋଷଣା କଲେ ରେଳମନ୍ତ୍ରୀ... ହେଲ୍ପ ଲାଇନ୍ ନମ୍ବର ଜାରି

କୋଲକାତା,୧୭।୬:  ପଶ୍ଚିମବଙ୍ଗର ନିଉ ଜଲପାଇଗୁଡିରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛପଟୁ ମାଲଗାଡି ଧକ୍କା ଦେବାରୁ ଘଟିଛି ଏହି ବଡ ଦୁର୍ଘଟଣା  । ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର କିଛି ବଗି ଲାଇନଚ୍ୟୁତ୍ ହେଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ୍ ଟ୍ରାଜେଡି ଘଟଣା ପରେ ରେଲ‌ଓ୍ବେ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତରଙ୍କୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଟ୍ବିଟ୍‌ କରି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ।

ମାନବୀୟ ତ୍ରୁଟିରୁ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଦୁର୍ଘଟଣା ଘଟିଛି ବୋଲି ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ଜୟା ବର୍ମା ସିହ୍ନା ସୂଚନା ଦେଇଛନ୍ତି।  ସେ  କହିଛନ୍ତି, ମାଲଗାଡ଼ି ଲୋକୋପାଇଲଟ୍‌ ସିଗ୍‌ନାଲ୍‌ ମାନିନଥିଲେ।କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର ପଛ ପଟେ ଆସି ଚଢି ଯାଇଥିଲା ମାଲଗାଡି । ଘଟଣାରେ ମାଲଗାଡି ଚାଳକଙ୍କ ଭୁଲ ସାମନାକୁ ଆସିଛି। ଦୁର୍ଘଟଣା ପରେ କାଞ୍ଚନଜଙ୍ଗାର ୪ଟି ବଗି(୧ ଗାର୍ଡ, ୨ଟି ପାର୍ସଲ ଓ ଗୋଟିଏ ପାସେଞ୍ଜର ବଗି) ଲାଇନଚ୍ୟୁତ୍ ହୋଇଛି।

ଦୁର୍ଘଟଣା ପରେ ରେଲଓ୍ବେ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର  033-23508794,033-23833326,03612731621,03612731622,03612731623 ଜାରି କରାଯାଇଛି। ଏହି ନମ୍ବରରେ ଦୁର୍ଘଟଣା ଓ ଆହତ ଯାତ୍ରୀଙ୍କ ବିଷୟରେ ସୂଚନା ପାଇପାରିବେ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣଭ ସ୍ଥାନୀୟ ଡିଆରଏମ୍‌ ଏବଂ ଅନ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେଭଳି ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.