ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା

ନୂଆଦିଲ୍ଲୀ,୧୧/୦୬: ବିଜେପି ରାଷ୍ଟ୍ରୀୟ  ଅଧ୍ୟକ୍ଷ ଜେ.ପି ନଡ୍ଡା କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବାରୁ ସେ ଦଳର ଅଧ୍ୟକ୍ଷ ପଦ ଛାଡିବାର ସମ୍ଭାବନା ରହିଛି । ତେଣୁ ତାଙ୍କ ସ୍ଥାନରେ କାହାକୁ ଦଳର ଅଧ୍ୟକ୍ଷ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନଡ୍ଡା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କ୍ୟାବିନେଟରେ ସ୍ଥାନ ପାଇଥିଲେ । ତେବେ ଅମିତ ଶାହ ଦଳର ଅଧ୍ୟକ୍ଷ ପଦ ଛାଡିବା ପରେ ୨୦୨୦ ଜାନୁଆରୀରେ ନଡ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ । ଦଳର  ନୀତି ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦ ଆଧାରରେ ନଡ୍ଡାଙ୍କୁ ବର୍ତ୍ତମାନ ଅଧ୍ୟକ୍ଷ ପଦ  ଛାଡିବାକୁ ପଡିବ । ତେଣୁ ତାଙ୍କ ସ୍ଥାନରେ ନୂଆ  ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ନେତା ଖୋଜା ଆରମ୍ଭ ହୋଇଯାଇଛି ।  

ପୂର୍ବରୁ ଅମିତ ଶାହ ଏହି ପଦବିକୁ  ଫେରବେ ବୋଲି ଚର୍ଚ୍ଚା ହେଉଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନ ଓ ଶିବରାଜ ସିଂହ ଚୌହାନଙ୍କ  ନାମ ମଧ୍ୟ ଆଲୋଚନାକୁ ଆସିଥିଲା । କିନ୍ତୁ ବର୍ତ୍ତମାନ ସେମାନେ କେନ୍ଦ୍ରରେ ମନ୍ତ୍ରୀ ହୋଇସାରିଥିବାରୁ ଦଳର ଅନ୍ୟ କୌଣସି ନେତାଙ୍କୁ ଅଧ୍ୟକ୍ଷ କରାଯିବା ସମ୍ଭାବନା ରହିଛି । ଯେଉଁ କେତେଜଣଙ୍କ ନାମ ଅଧ୍ୟକ୍ଷ ପଦକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ସେମାନଙ୍କ ମଧ୍ୟରେ ଅଛନ୍ତି ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ । ସେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ  ତାଙ୍କର ସାଙ୍ଗଠନିକ ଦକ୍ଷତା ରହିଛି । ଚଳିତବର୍ଷ ଶେଷ ବେଳକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ତାଙ୍କୁ ହୁଏତ ଦାୟିତ୍ୱ ମିଳିପାରେ । ତେଲଙ୍ଗାନା ବିଜେପି ଓବିସି ମୋର୍ଚ୍ଚା ମୁଖ୍ୟ କେ. ଲକ୍ଷ୍ମଣଙ୍କ ନାମ ଚର୍ଚ୍ଚାକୁ ଆସିଛି । ଟିଡିପି ଓ ଜେଏସ୍‌ପି ସହାୟତାରେ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିବା ପରେ ବର୍ତ୍ତମାନ ତେଲଙ୍ଗାନା ବିଜେପିର ଫୋକସରେ  ରହିଛି । ପୂର୍ବରୁ ଲକ୍ଷ୍ମଣ ରାଜ୍ୟ ସଭାପତି ଭାବେ  ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ଉଭୟ ଶାନ୍ତ ଓ ଆକ୍ରାମକ ସ୍ୱଭାବର ନେତା ଭାବେ ପରିଚିତ । 

ସେହିଭଳି ଓଡ଼ିଶା, ତେଲଙ୍ଗାନା ଓ ପଶ୍ଚିମବଙ୍ଗ ପାଇଁ ଦଳୀୟ ପ୍ରଭାରୀ ରହିଥିବା ସୁନୀଲ ବଂଶଲଙ୍କ ନାମ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି । ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଓମ୍‌ ମାଥୁର ବି  ଚର୍ଚ୍ଚାରେ ଅଛନ୍ତି । ସେ ପୂର୍ବରୁ ଆରଏସ୍‌ଏସ୍‌ର  ପ୍ରଚାରକ ଥିଲେ ଏବଂ ଗୁଜରାଟ ପ୍ରଭାରୀ ଭାବେ  ମଧ୍ୟ କାର୍ଯ୍ୟ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନାମ ମଧ୍ୟ ଅଧ୍ୟକ୍ଷ ପଦକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ଲଢ଼ି  ଆମେଥିରୁ ସେ ପରାଜିତ ହୋଇଛନ୍ତି । ତେଣୁ  ତାଙ୍କୁ ଦଳର ପ୍ରଥମ ମହିଳା ଅଧ୍ୟକ୍ଷ କରାଯିବାର  ସମ୍ଭାବନା ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ  ସିଂହ ଠାକୁରଙ୍କ ନାମ ମଧ୍ୟ ଦଳର ଅଧ୍ୟକ୍ଷ ପଦକୁ  ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।

  • PrameyaOdia
  • prameya
  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.