ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦିନ ଦ୍ୱିପହରେ ଲୁଟ୍, ୩ ରାଉଣ୍ଡ ଗୁଳି ଚଳାଇ ଦମ୍ପତିଙ୍କଠୁ ଲୁଟିନେଲେ ସୁନାଗହଣା

ବେଲବାହାଳି୧୩/୭: ଦିନଦ୍ୱିପହରେ ଦମ୍ପତ୍ତିଙ୍କଠୁ ଲୁଟ୍ । ଘସିପୁରା ଥାନା ଜାତୀୟ ରାଜପଥ ୨୦ନଂ ଜାତୀୟ ରାଜପଥ ବେଲବାହାଳି ବାଇପାସ୍ ନିକଟରେ ଗୁଳି ଫୁଟାଇ ଦମ୍ପତିଙ୍କ ନିକଟରୁ ଲୁଟ୍ କରିଛନ୍ତି ୩ ଜଣ ଦୁର୍ବୃତ୍ତ  ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ଥାନା ଜଳନ୍ଦା ଗାଁର ଦିଲ୍ଲୀପ ବାରିକ ନିଜ ପତ୍ନୀ ଓ ଝିଅକୁ ନେଇ ଭାଣିଜୀ ବାହାଘର ପାଇଁ କେନ୍ଦୁଝର ଜିଲ୍ଲା ମଲିପଶି ଗାଁକୁ ଯାଇଥିଲେ । ବାହାଘର ସାରି ନିଜ ଘରକୁ ଫେରୁଥିବା ବେଳେ ବେଲବାହାଳି ବାରି ଗାଁ ନିକଟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପଛ କରିବା ସହିତ ଅଟକ ରଖି ଭୁଜାଲି ଦେଖାଇବା ସହିତ ବନ୍ଧୁକ ଖୋଲି ୩ ରାଉଣ୍ଡ ଫାଇରିଙ୍ଗ କରିଥିଲେ । ସେଠାରେ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ମହିଳାଙ୍କ କାନଫୁଲ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । 

ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଆନନ୍ଦପୁର ଅଞ୍ଚଳରେ ପ୍ରତ୍ୟେକ ଦିନ ଏଭଳି ଅନେକ ସମୟରେ ଗୁଳି ଫୁଟାଇ ହାତ ହତିଆର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଚୋରି ହେଉଛି ।କିନ୍ତୁ, କୌଣସି ଚୋରି ଘଟଣାରେ ପୋଲିସ ଚୋରକୁ ଧରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଶନିବାର ଦିନ ଦ୍ୱିପହରେ ରାସ୍ତା ମଝିରେ ବନ୍ଧୁକ ଓ ଭୁଜାଲି ଦେଖାଇ ୩ ରାଉଣ୍ଡ ଗୁଳି ଫୁଟାଇ ସୁନା ଗହଣା ଝାମ୍ପି ନେଇଯାଇଛନ୍ତି । ତେବେ ଚୋରଙ୍କୁ ତୁରନ୍ତ ଧରିବାକୁ ସାଧାରଣରେ ଦାବି ହେଉଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.