ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଯାତ୍ରା ପେଣ୍ଡାଲ୍‌ରେ ଆଇଟମ୍‌ ଡ୍ୟାନ୍ସ ନାଁରେ ନଗ୍ନ ନାଚ: ନା’ ଆଇନ୍‌ ରକ୍ଷକ ପ୍ରତିବାଦ କରୁଛନ୍ତି, ନା’ ଦର୍ଶକ ମହଲରେ ସ୍ୱର ଉଠୁଛି...

Published By : Prameya | September 24, 2024 1:01 PM

ଭୁବନେଶ୍ୱର/ଢେଙ୍କାନାଳ/ପରଜଙ୍ଗ,୨୪/୦୯: ପୂରା ବିଚଳିତ କଲାଭଳି ଦୃଶ୍ୟ ଯାତ୍ରା ପେଣ୍ଡାଲ୍‌ରେ । ଆଇଟମ୍‌ ଡ୍ୟାନ୍ସ ନାଁରେ  ନଗ୍ନ ନାଚ । ଖୋଲା ମଞ୍ଚରେ ଦର୍ଶକଙ୍କ ଆଗରେ ଅଙ୍ଗ ପ୍ରଦର୍ଶନ । କିଏ ‘ଟିପିଟିପି ବର୍ଷା ପାନି’ରେ  ଉଲଗ୍ନ ହେଲାଣି ତ କିଏ ‘ଭିଗି ଜାନେସେ’ରେ  ଅଙ୍ଗ ଦେଖାଇ ଅଶ୍ଲୀଳତାର ପ୍ରଦର୍ଶନ କଲାଣି । ପୁଲିସ୍‌, ଦର୍ଶକ,ସାମାଜିକକର୍ମୀ ସମସ୍ତଙ୍କ ଆଗରେ  ଏହିଭଳି ବେଆଇନ୍‌ ତଥା କଦର୍ଯ୍ୟ କାର୍ଯ୍ୟ ଅଭିନୀତ  ହେଉଛି । ନା’ ଆଇନ୍‌ ରକ୍ଷକ ଏହାର ପ୍ରତିବାଦ  କରୁଛନ୍ତି ନା’ ଦର୍ଶକ ମହଲରେ ସ୍ୱର ଉଠୁଛି ।  

ମୁକ୍ତ ମଞ୍ଚରେ ଜାଣିଶୁଣି ଜନସାଧାରଣଙ୍କ  ସମ୍ମୁଖରେ ଦେହ ପ୍ରଦର୍ଶନ ଭାରତୀୟ ନ୍ୟାୟ  ସଂହିତାରେ ଧର୍ତ୍ତବ୍ୟ ଅପରାଧ । କିନ୍ତୁ କେହି  ମାନୁନାହାନ୍ତି । ବରଂ ପ୍ରତିଯୋଗିତା ଆରମ୍ଭ  ହୋଇଛି, ଏମିତି କରି କିଏ କେତେ ଚର୍ଚ୍ଚାରେ  ରହୁଛି । ବର୍ତ୍ତମାନ ଓଡ଼ିଶା ଯାତ୍ରା ଜଗତରେ  ଏବେ ୨-୩ ଜଣ ଆଇଟମ୍‌ ଗାର୍ଲଙ୍କ ଭିତରେ  ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ରାତି  ରାତି ନାଁ କମେଇବା ପାଇଁ ଅଙ୍ଗ ପ୍ରଦର୍ଶନୀକୁ  ସାହାର କରିଛନ୍ତି ଏହି ଆଇଟମ୍‌ ଗାର୍ଲମାନେ ।  

ଏସବୁ ପାଇଁ କିଏ ଅନୁମତି ଦେଉଛି,  ବାସ୍ତବରେ ଏହା ଉପରେ କଟକଣା ଅଛି କି  ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସାମାଜିକ କଳା ପରିବେଷଣ ସ୍ଥାନରେ ଏହିଭଳି  କଳାକାରନାମା ସବୁ ଦେଖିବାକୁ ମିଳୁଛି । ଯାହା  ବର୍ଷର ବର୍ଷର ବହୁ ପ୍ରାଚୀନ ଓଡ଼ିଆ ଯାତ୍ରା  ପରମ୍ପରାକୁ ନଷ୍ଟ କରୁଛି । କଳଙ୍କର ଛିଟା  ବୋଳୁଛି । ଓଡ଼ିଆ ଅସ୍ମିତାକୁ ଦଳି ପକାଇଛି । 

ଦୁଇ ଦିନ ତଳେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ  ଅଞ୍ଚଳରେ ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ଯାତ୍ରା  କରୁଥିଲା । ସେଠାକୁ ଜଣେ ନିମନ୍ତ୍ରିତ ଅତିଥି  କଳାକାର ଆସିଥିଲେ, ଯିଏ ଦର୍ଶକଙ୍କ ମନୋରଞ୍ଜନ  କରିବାକୁ ଯାଇ ସବୁ ସୀମା ଟପି ଯାଇଥିଲେ । ଖୋଲା  ମଞ୍ଚରେ ଅଙ୍ଗ ପ୍ରଦର୍ଶନ କରିଥିଲେ । ଯାହାଙ୍କ ଭିଡିଓ  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ  ଲାଗିଛି । ଗତ ୧୮ ତାରିଖରେ ମେଲୋଡିରେ ଜଣେ ଆଇଟମ୍‌ ଗାର୍ଲଙ୍କୁ ନୃତ୍ୟ ପରିବେଷଣ କରିବାକୁ  ଯାତ୍ରା କମିଟି ପକ୍ଷରୁ ଡକା ଯାଇଥିଲା । ରାତି  ହାଉସ୍‌ଫୁଲ୍‌ ହେବା ପରେ ପୁଣି ୨୦ ତାରିଖରେ  ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ୨୦ ରାତିରେ  ସେ ଯାହା କଲେ, ତାହା ଯାତ୍ରାକୁ ନିନ୍ଦିତ ସହ  ବଦନାମ କରିଛି । ଦୁର୍ଭାଗ୍ୟର ବିଷୟ³ ଏଯାଏ  ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ ।  ମାତ୍ର ବୟସ୍କ, ମହିଳା ଓ ଛୋଟପିଲାଙ୍କ ଉପସ୍ଥିତିରେ  ଏପରି ନୃତ୍ୟକୁ ସାମାଜିକ ଗଣମାଧ୍ୟମରେ ଦୃଢ଼  ନିନ୍ଦା କରାଯାଇଛି । କିନ୍ତୁ କିଛି ଉତ୍‌ପାତିଆ ଯୁବ  ଦର୍ଶକ ଉତ୍ସାହିତ ହୋଇ ଆଇଟମ୍‌ ଗାର୍ଲଙ୍କୁ ୫  ଶହ ଟଙ୍କିଆ ନୋଟ୍‌ ବଢ଼ାଇବା ଲଜ୍ଜିତ କରିଛି ।  

ସେହିପରି ଅନ୍ୟ ଏକ ସ୍ଥାନରେ ଆଉ ଚର୍ଚ୍ଚିତ  ଜଣେ ଆଇଟମ୍‌ ଗାର୍ଲ ବି ଖୋଲାଖୋଲି ଭାବରେ  ଅଙ୍ଗ ପ୍ରଦର୍ଶନ କରି ଭାଇରାଲ୍‌ ହୋଇଛନ୍ତି । କିନ୍ତୁ ଏନେଇ ତାଙ୍କର କୌଣସି ପରୱା ନାହିଁ ।  କାରଣ ସେ ଯାତ୍ରାରେ ପ୍ରବେଶ ଦିନରୁ ହିଁ ଏହା  କରିଆସୁଛନ୍ତି । ଏହା କୁଆଡ଼େ ତାଙ୍କୁ ନାଁ ଓ ପରିଚୟ  ଦେଇଛି । ଯାହାଙ୍କ ଉପରେ ପ୍ରଶାସନ, ପୁଲିସ୍‌,  ଯାତ୍ରା କମିଟି ବା ମହାସଂଘ କିମ୍ବା ସରକାରଙ୍କ  ପକ୍ଷରୁ କୌଣସି କଟକଣା ନାହିଁ । କିଛି ଯାତ୍ରା କମିଟି  ତାଙ୍କୁ ନେବାକୁ ବ୍ୟାକୁଳ ହୋଇପଡ଼ୁଥିବାବେଳେ  ସେ କାହିଁକି ଆସିଲେ ନାହିଁ ବୋଲି ରବିବାର  ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ  ଦର୍ଶକ ମଞ୍ଚକୁ ଚେୟାର ଫିଙ୍ଗି ନାଟକ ବନ୍ଦ  କରିଥିଲେ । କିଛି ଦିନ ତଳେ ଉକ୍ତ ଆଇଟମ୍‌  ଗାର୍ଲଙ୍କୁ ମଞ୍ଚରେ ବିରୋଧ ହୋଇଥିଲା । 

ଏ ସମ୍ପର୍କରେ ନାଟ୍ୟକାର ତଥା ନିର୍ଦ୍ଦେଶକ  ଦିନେଶ ଦାସ କହିଛନ୍ତି, ଏଥିପାଇଁ କୌଣସି  ନୀତିନିୟମ ନାହିଁ । ଦଣ୍ଡବିଧାନ ନ ଥିଲେ କେହି  କେବେ ଶୃଙ୍ଖଳିତ ହୋଇପାରେ ନାହିଁ । ଯେ  ପର୍ଯ୍ୟନ୍ତ ଯାତ୍ରା ପାଇଁ ନୀତି ଆସିନାହିଁ, ସେପର୍ଯ୍ୟନ୍ତ  ଏହିପରି କାର୍ଯ୍ୟକଳାପ ଜାରି ରହିବ । ଯାହା ନାଟକ  ଓ ଯାତ୍ରାର ମହାନତାକୁ ନଷ୍ଟ କରି ଚାଲିଥିବ । 

 ନିର୍ଦ୍ଦେଶକ ବାପୁ ଓଝା କହିଛନ୍ତି, ଜଣେ  ମହିଳା ରାତିରେ ବୁଲିପାରିବନି କିନ୍ତୁ ଯାତ୍ରା  ମଞ୍ଚରେ ସର୍ବସମ୍ମୁଖରେ ଫୁଙ୍ଗୁଳା ଦେହ ଦେଖାଇ ପାରିବ । ଏହା କାହା ଆଖିକୁ ଦେଖାଯାଉନି । ଯିଏ  ଅନୁମତି ଦେଉଛନ୍ତି ସେ କ’ଣ ଏହା ଦେଖିବା  ଏବଂ ଦର୍ଶକଙ୍କୁ ଦେଖାଇବା ଲାଗି ଅନୁମତି  ଦେଉଛନ୍ତି? ଏ ଘଟଣାରେ ନାଚିଲା, ନଚେଇଲା  ଆଉ ନାଚକୁ ପ୍ରୋତ୍ସାହିତ ତଥା ଅନୁମତି  ଦେଉଥିଲାବାଲା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରି ।  

ଅନ୍ୟପକ୍ଷରେ କିନ୍ତୁ ଏ ଘଟଣାରେ ନିରବ  ରହିବା ସହ ଆମେ ନୁହେଁ, ଯାତ୍ରା କମିଟି ଅତିଥି  କଳାକାରଙ୍କୁ ନିମନ୍ତ୍ରଣ କରୁଥିବା କହି ଖସି ଯାଉଛନ୍ତି  ଯାତ୍ରା ଅନୁଷ୍ଠାନ । କାରଣ ଏହା ସେମାନଙ୍କୁ ଅଧିକ  ଟିକଟ ସେଲ୍‌ ଓ ଅର୍ଥ ରୋଜଗାରର ସୁଯୋଗ  ଦେଉଛି । ଯାହାକୁ କେହି ଅଗ୍ରାହ୍ୟ କରିପାରିବେ  ନାହିଁ । ମାତ୍ର ପ୍ରଶ୍ନ ଏଭଳି କଦର୍ଯ୍ୟ ନାଚ କେବେ  ବନ୍ଦ ହେବ? ଯଦି ସରକାର ସୋସିଆଲ୍‌ ମିଡିଆ  ପାଇଁ ଆଇନ୍‌ ଆଣିଲେ, ପର୍ଣ୍ଣୋଗ୍ରାଫି ଭିଡିଓ  ଉପରେ କଟକଣା ଲଗାଇଲେ । ରୁଦ୍ଧ ଦ୍ୱାରା  ବାର୍‌ରେ ନାଚ ବନ୍ଦ କଲେ ତାହାଲେ ଖୋଲା  ଯାତ୍ରା ମଞ୍ଚରେ ଶହ ଶହ ଦର୍ଶକଙ୍କ ସାମ୍ନାରେ  ନଗ୍ନ ନାଚ ଉପରେ କେବେ ଅଙ୍କୁଶ ଲଗାଇବେ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.