ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଦ୍‌ଘାଟନକୁ ମାତ୍ର ୪ ମାସ...ଜଟଣୀ ବ୍ରିଜ୍‌ରୁ ଉଠିଗଲାଣି କଙ୍କ୍ରିଟ୍‌, ଯେତେ ପ୍ୟାଚ୍‌ ପକାଇଲେ ବି ଲୁଚୁନି ତ୍ରୁଟି

ଜଟଣୀ,୧୧/୦୬: ଜଟଣୀର ବହୁ ପ୍ରତିକ୍ଷିତ ଫ୍ଲାଇଓଭର ବ୍ରିଜ୍‌ ୪ ମାସ ତଳେ ଉଦ୍‌ଘାଟିତ ହୋଇଥିଲା । ମାତ୍ର ଏହି ୪  ମାସ ମଧ୍ୟରେ ବ୍ରିଜର ବିଭିନ୍ନ ସ୍ଥାନରୁ କଙ୍କ୍ରିଟ୍‌ ଉଠି ବଡ଼ ବଡ଼ ଖାଲ ସୃଷ୍ଟି ହେଲାଣି । ରଡ୍‌ ବାହାରି ରାସ୍ତା ବିପଦସଙ୍କୁଳ ହୋଇପଡ଼ିଲାଣି । ଫଳରେ ଯାନବାହନ  ଚଳାଚଳରେ ବହୁ ଅସୁବିଧା ହେଉଛି । ଅନେକ ସମୟରେ ଦୁର୍ଘଟଣା ଘଟୁଛି ।  

ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବହୁବାର ଦାବି ପରେ ବ୍ରିଜ୍‌ ନିର୍ମାଣ  ପାଇଁ ୨୦୧୪ରେ ମଞ୍ଜୁରି ମିଳିଥିଲା ।  ୮ଶହ ମିଟର ଲମ୍ବର ଏହି ବ୍ରିଜ ନିର୍ମାଣ  ପାଇଁ ସେତେବେଳେ ୫୫ କୋଟି ଟଙ୍କା  ମଞ୍ଜୁର ହୋଇଥିଲା । ୨୦୧୫ରେ କାର୍ଯ୍ୟ  ଆରମ୍ଭ ହୋଇଥିଲା । ହେଲେ ୮ ଶହ  ମିଟର ଲମ୍ବର ବ୍ରିଜ ସଂପୂର୍ଣ୍ଣ ହେବାକୁ ୮  ବର୍ଷ ଲାଗିଲା । ଫଳରେ ବ୍ୟୟ ଅଟକଳ  ବୃଦ୍ଧି ହୋଇ ୧୦୫ କୋଟି ଟଙ୍କାରେ  ପହଂଚିଥିଲା । ଗତ ମାର୍ଚ୍ଚ ମାସରେ  ସରକାରୀ ଭାବେ ଏହାର ବିଧିବଦ୍ଧ  ଉଦ୍‌ଘାଟନ ହୋଇଥିଲା । 

ଉଦ୍‌ଘାଟନର କିଛିଦିନ ପରେ ବ୍ରିଜ ଉପରୁ କଂକ୍ରିଟ ଉଠିବା ଆରମ୍ଭ ହୋଇଯାଇଥିଲା । ଏନେଇ  ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବା  ପରେ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ  ପ୍ୟାଚ୍‌ ପକାଯାଇ ଲୁଚେଇବାକୁ ଚେଷ୍ଟା  କରାଯାଇଥିଲା । ହେଲେ ଗୋଟିଏ ସ୍ଥାନରେ  ପ୍ୟାଚ ପକାଇବାର କିଛିଦିନ ପରେ ଆଉ  ଏକ ସ୍ଥାନରୁ କଂକ୍ରିଟ ଓ ରଡ୍‌ ଉଠିବା ଆରମ୍ଭ  ହୋଇଯାଉଛି । ଏପରିକି ପଡ଼ିଥିବା ପ୍ୟାଚ୍‌ରୁ  ପିଚୁ ଉଠି ପୁଣି ଖାଲ ସୃଷ୍ଟି ହୋଇଛି ।  ଉଦ୍‌ଘାଟନର ଚାରିମାସ ଭିତରେ ଏପରି  କଂକ୍ରିଟ ଉଠି ଖାଲ ସୃଷ୍ଟି ହେବା ଘଟଣାର  ତଦନ୍ତ ସହ ସ୍ଥାୟୀ ପ୍ରତିକାର କରିବାକୁ  ସାଧାରଣରେ ଦାବି ହୋଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.