ପ୍ରମୂଖ ଖବର
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବାଇକ ଓ ବସ୍ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ

ପାପଡାହାଣ୍ଡି,୨୬/୭ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସୋନୁଗୁଡା ନୀଳଗିରି ଜଙ୍ଗଲ ନିକଟରେ ବାଇକ ଓ ବସ୍ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ମୃତ ଘଟିଛି । ମୃତ ବାଇକ ଚାଳକ ପୋଟାକୋଟ ଗ୍ରାମର ଜଗନ୍ନାଥ ପାଇକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ପାପଡାହାଣ୍ଡି ଥାନା ଅନ୍ତର୍ଗତ ପୋଟାକୋଟ ଗ୍ରାମର ଜଗନ୍ନାଥ ପାଇକ (୨୫)ଗୁରୁବାର ସନୁଗୁଡା ନିକଟରେ ରହିଥିବା ନିଜ ଚାଷ ଜମିକୁ ଏକ ବାଇକ ଓଡି୨୪କେ୯୫୫୦ ଯୋଗେ ଯାଇଥିଲେ । ଚାଷ କାମ ସରିବା ପରେ ସନ୍ଧ୍ୟା ୪ଟା ସମୟରେ ସେ ବାଇକ ଯୋଗେ ନିଜ ଘରକୁ ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ବସ୍ ଓଡି୨୪ଜେ୯୫୩୮ ସହ ସୋନୁଗୁଡା ନୀଳଗିରି ଜଙ୍ଗଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏଥିରେ ବାଇକ ଚାଳକ ଗୁରୁତର ହୋଇ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ଛିଟିକି ପଡିଥିଲେ । ବସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଭର୍ତ୍ତି କରିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଜଗନ୍ନାଥକୁ ମୃତ ଘୋଷଣା କରିଥିଲେ । ଏ ନେଇ ଜଗନ୍ନାଥଙ୍କ ବାପା ଲଛମନ ପାଇକ ପାପଡାହାଣ୍ଡି ଥାନାରେ ଅଭିଯୋଗ ଦେବା ପରେ ପାପଡାହାଣ୍ଡି ଥାନା କେଶ ନଂ ୧୫୮/୨୪ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ ଅଧିକାରୀ ଶିବ ପ୍ରସାଦ ଦଳେଇ ସୂଚନା ଦେଇଛନ୍ତି । ବସ୍ ଡ୍ରାଇଭର ଗୁରୁତରକୁ ମେଡ଼ିକାଲରେ ଭର୍ତ୍ତି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.