ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମହାବାତ୍ୟାକୁ ପୂରିଲା ୨୫ବର୍ଷ, ଏଵେ ବି ମନରୁ ଯାଇନି ଆତ୍ମୀୟଙ୍କୁ ହରାଇଥିବାର ଦୁଃଖ

Published By : Prameya | October 29, 2024 10:35 AM

ଅସ୍ତରଙ୍ଗ ୨୯/୧୦: ସେ ଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ତାରିଖ। ପ୍ରକୃତି ତାଣ୍ଡବ ଆଗରେ ସବୁ କିଛି ହାର ମାନିଲା। ୨୫ବର୍ଷର ଏହି କ୍ଷତ ଚି଼ହ୍ନକୁ ଆଜି ବି ଭୁଲି ପାରୁନାହାନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବାସୀ। ଲୋକଙ୍କ ହୃଦୟରେ ଆଜି ବି ମନେ ପଡିଲେ ଆଖିରୁ ବହି ଆସୁଛି ଧାର ଧାର ଲୁହ। ଏହାରି ଭିତରେ କ୍ଷତିଗ୍ରସ୍ତ ଅସ୍ତରଙ୍ଗ ଚିତ୍ର ଅନେକ ବଦଳି ଯାଇଛି। ହେଲେ ସେହି ପ୍ରଳୟଙ୍କାରୀ ମହାବାତ୍ୟା ବିଭୀଷିକା କଥା ମନେ ପଡିଲେ ଆଜି ବି ଆତ୍ମୀୟଙ୍କୁ ହରାଇଥିବା ଲୋକଙ୍କ ମନରେ ଲୁହ ଆସିଯାଏ। 

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ପଞ୍ଚାୟତ ମଧୁପୁର ଗ୍ରାମର କଳ୍ପନା ବେହେରା। ମହାବାତ୍ୟାରେ ପୁଅ, ଝିଅ, ସ୍ୱାମୀ ସହ ପରିବାର ସଦସ୍ୟ ଙ୍କୁ ହରାଇଛନ୍ତି। ଆଉ ନୂଆଗଡ ଗାଁ ମୁଣ୍ଡରେ ଲୋଟି ରହିଥିବା  ଅଶ୍ୱତଥ ଗଛ ବୟାନ କରୁଛି କେତେ ଭୟଙ୍କର ଥିଲା ବାତ୍ୟା। ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଅନେକ କ୍ଷତି ହୋଇଥିଲା। ପୁରୀ ଜିଲ୍ଲାରେ ୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳରେ ୧୬୦ଜଣରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଜି ବି ମନେ ପଡିଲେ ଲୁହ ଜକାଇ ଆସୁଛି। କଳ୍ପନା ଜଣେ ନୁହନ୍ତି ସେହିଭଳି ନୂଆଗଡ ଗ୍ରାମର ସଜନୀ ନାୟକ ଓ କମଳା ବିଶ୍ୱାଳଙ୍କ ସ୍ୱାମୀ ନିକଟସ୍ତ ଘେରିକୁ ମାଛ ଧରିବାକୁ ଯାଇଥିଲେ । ଅଣଚାଷ ପବନ ରେ ଉଚ୍ଚ ଜୁଆରରେ ଭାସି ଯାଇଥିଲେ ଦୁହେଁ। ଦୁଇ ଦିନ ପରେ ସଜନୀ ନାୟକଙ୍କ ସ୍ୱାମୀଙ୍କ ମୃତ ଦେହ ମିଳିଥିବା ବେଳେ କମଳା ବିଶ୍ୱାଳଙ୍କ ସ୍ୱାମୀ ମୃତ ଦେହ ମିଳିନଥିଲା। 

ଆତ୍ମୀୟକୁ ହରାଇଥିବା ଲୋମ ହର୍ଷଣକାରି ଦୃଶ୍ୟକୁ ଆଜି ବି ଭୁଲିନାହାନ୍ତି ଲୋକେ। ୧୯୯୯ ମସିହା ଅକ୍ଟୋବର ୨୯ତାରିଖ । ସେ ଦିନ ଉପକୂଳ ଓଡିଶାକୁ ଗ୍ରାସ କରିଥିଲା ମହାବାତ୍ୟା,ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅସ୍ତରଙ୍ଗ ଅଞ୍ଚଳ ସହ ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ତାହା ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବାକୁ ଲାଗିଲା। ୨୮ତାରିଖ ସନ୍ଧ୍ୟାରେ ଅଣଚାଷ ପବନ ବହିବା ଆରମ୍ଭ ହୋଇଥିଲା। ତା ପରଦିନ ଅର୍ଥାତ ୨୯ତାରିଖ ପ୍ରଳୟଙ୍କାରୀ ରୂପ ଧାରଣ କରି ଉପକୂଳ ଓଡିଶାରେ ପହଞ୍ଚିଥିଲା ମହାବାତ୍ୟା। ସକାଳ ୧୦ଘ ୩୦ମିନିଟ ସମୟରେ ଓଡିଶାର ଉପକୂଳ ଜଗତସିଂହପୁର ଜିଲ୍ଲା ଏରସମା ନିକଟରେ ହିଟ୍‌ କରିବା ସମୟରେ ଅସ୍ତରଙ୍ଗ ଅଞ୍ଚଳରେ ପ୍ରଭାଵ ପ୍ରଚୁର ମାତ୍ରାରେ ପଡିଥିଲା। ମହାବାତ୍ୟା ୨୫ବର୍ଷ ପରେ ଅସ୍ତରଙ୍ଗ ଉପକୂଳର ଚିତ୍ର ଅନେକ ପରିବର୍ତ୍ତନ ହୋଇଛି। ପ୍ରଶାସନ ପକ୍ଷରୁ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ଲୁଣା ବନ୍ଦ ନିର୍ମାଣ ସହ ହେନ୍ତାଳ ବଣ ସୃଷ୍ଟି କରାଯାଇଛି। ହେଲେ ସମୁଦ୍ର କୁଳିଆ ଲୋକଙ୍କ ପାଇଁ ପକ୍କାଘର ସାତ ସପନ ପାଲଟିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.