ଭୁବନେଶ୍ବର, ୨।୧ : ଓଡ଼ିଶା ଆସିବେ ୩ ମହାବଳ। ଯମୁନା ଏବଂ ଜିନ୍ନତ ଖାପ ଖାଇଲା ପରେ ଆଉ ୩ ମହାବଳ ବାଘ ଓଡ଼ିଶା ଅଣାଯିବ। ସେମାନଙ୍କୁ ଦେବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ। ଏନେଇ ବିଚାର ବିମର୍ଶ ଚାଲିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ୫ ମହାବଳ ବାଘ ଓଡ଼ିଶା ଆସିବାର ଥିଲା। ସେମାନଙ୍କ ମଧ୍ୟରୁ ବାଘୁଣୀ ଯମୁନା ଏବଂ ଜିନ୍ନତ ଓଡ଼ିଶା ଆସି ସାରିଛନ୍ତି। ବାଘୁଣୀ ଜିନ୍ନତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଜଳକ୍ରୀଡ଼ା କରୁଛି, ଖାଦ୍ୟ ଆହରଣ ବି କରୁଛି। ଜିନ୍ନତ ଏବେ ଚହଲା ଏନ୍କ୍ଲୋଜରରେ ଅଛି। ତାକୁ ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ। ଯମୁନା ବି ସେଠାରେ ରହୁଛି।