ନୂଆଦିଲ୍ଲୀ,୦୪/୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟ ରୋମାଞ୍ଚକର ହୋଇଛି । ଦ୍ରୁତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଦ୍ବିତୀୟ ଦିନ ୧୫ ୱିକେଟ ପତନ ହୋଇଛି । ସିଡନୀ ଟେଷ୍ଟ ଦ୍ବିଦୀୟ ଦିନ ଖେଳ ସୁଦ୍ଧା ଭାରତ ୬ ୱିକେଟ ହରାଇ ୧୪୧ ରନ କରିଛି । ୧୪୫ ରନରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ ୧୮୧ ରନ କରିଥିବାବେଳେ ଭାରତ ୧୮୫ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତର ଋଷବ ପନ୍ତ ୬୧ରନର ଇନିଂସ ଖେଳିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ୪ଟି ୱିକେଟ ନେଇଛନ୍ତି ।
Stumps on Day 2 in Sydney.#TeamIndia move to 141/6 in the 2nd innings, lead by 145 runs.
— BCCI (@BCCI) January 4, 2025
Ravindra Jadeja & Washington Sundar at the crease 🤝
Scorecard - https://t.co/NFmndHLfxu #AUSvIND pic.twitter.com/4fUHE16iJq
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ରନ କରି ଅଲଆଉଟ ହୋଇଥିଲା । ଏହାପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ୪ ରନ ଲି଼ଡ କରୁଥିବା ଟିମ ଇଣ୍ଡିଆର କେଏଲ ରାହୁଲ ଓ ଯଶ୍ବସ୍ବୀ ଜୈସ୍ବାଲ ଓପନିଂ କରିଥିଲେ । ଅଳ୍ପ ସମୟ ପରେ ଏହି ଯୋଡିକୁ ଭାଙ୍ଗିଥିଲେ ସ୍କଟ ବୋଲାଣ୍ଡ । ୧୩ ରନ କରି ଆଉଟ ହୋଇଥିଲେ କେଏଲ ରାହୁଲ । ପରେ ଜୈସ୍ବାଲ ୨୨ ରନ କରି ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ ।
ପରେ ପରେ ବୋଲାଣ୍ଡଙ୍କୁ ଆଉ ଏକ ସଫଳତା ମିଳିଥିଲା । ବିରାଟ କୋହଲି ୬ ରନ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ୧୩ ରନ କରି ବ୍ୟୁ ୱେବଷ୍ଟରଙ୍କ ଶିକାର ହୋଇଥିଲେ । ଋଷବ ପନ୍ତ ସ୍ଥିତି ସମ୍ଭାଳି ଖେଳିଥିଲେ । ୨୯ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ପନ୍ତ । ଏହା ତାଙ୍କର ୧୫ତମ ଟେଷ୍ଟ ଅର୍ଦ୍ଧଶତକ ଥିଲା । ୬୧ରନ ମହତ୍ତ୍ବପୂର୍ଣ୍ଣ ପାଳି ଖେଳି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ ପନ୍ତ । ଏହାପରେ ନୀତିଶ କୁମାର ରେଡ୍ଡୀ ୪ ରନ କରି ବୋଲାଣ୍ଡଙ୍କ ବଲରେ ପାଭିଲିୟନ ଫେରିଥିଲେ । ଦ୍ବିତୀୟ ଦିନ ଷ୍ଟମ୍ପ ସୁଦ୍ଧା ଭାରତ ୬ ୱିକେଟ ହରାଇ ୧୪୧ ରନ କରିଛି । ୧୪୫ରନ ଆଗୁଆ ରହିଛି ଭାରତ । ଋଷବ ପନ୍ତଙ୍କ ପାଳି ଯେପରି ବୃଥା ନ ଯାଉ ସେ ଦିଗରେ ଦଳକୁ କାମ କରିବାକୁ ହେବ । ହାତରେ ଆଉ ୪ଟି ୱିକେଟ ରହିଛି ତେଣୁ ତୃତୀୟ ଦିନ ଭାରତ ସ୍କୋର ୨୦୦ ପାର କରିବାକୁ ଲକ୍ଷ୍ୟ ରଖିବ ।