ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ସିଡନୀ ଟେଷ୍ଟ ପ୍ରଥମ ଇନିଂସ ; ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ

Published By : Ankita S | January 4, 2025 10:04 AM

ନୂଆଦିଲ୍ଲୀ,୦୪/୦୧: କଙ୍ଗାରୁ ଦଳକୁ ଘାଇଲା କଲେ ଭାରତୀୟ ବୋଲର । ବଡ ରନ କରିବାକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇଲେ ପେସ୍ ବୋଲର । ସିରାଜ ଓ ଯଶପ୍ରୀତଙ୍କ ବୋଲିଂ ଜାଲରେ ଫସିଲେ କଙ୍ଗାରୁ ବ୍ୟାଟର । ୧୮୧ରନରେ ଅଲଆଉଟ ହୋଇଛି ଘରୋଇ ଅଷ୍ଟ୍ରେଲିଆ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯାଉଛି । ଅଷ୍ଟ୍ରେଲିଆ ତାର ପ୍ରଥମ ଇନିଂସରେ ୧୮୫ ରନ କରି ଅଲଆଉଟ ହୋଇଛି । ଭାରତ ୪ ରନ ଲିଡ କରୁଛି । ମହମ୍ମଦ ସିରାଜ ଓ ପ୍ରସିଦ୍ଧି କ୍ରିଷ୍ଣା ୩ ଟି ଲେଖାଏଁ ୱିକେଟ ନେଇଛନ୍ତି ।

ସିଡନୀ ପ୍ରଥମ ଇନିଂସ ପ୍ରଥମ ଦିନରେ ଭାରତ ୧୮୫ ରନ କରିଥିଲା । ଏହାପରେ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା । ପ୍ରଥମ ଦିନ ଗୋଟିଏ ୱିକେଟ ହରାଇ ୯ ରନ କରିଥିଲା । ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମରା । ଉସମାନ ଖ୍ବାଜା ୨ ରନ କରି ଆଉଟ ହୋଇଥିଲେ । ଆଜି (ଶନିବାର) ଦ୍ବିତୀୟ ଦିନ ଖେଳ ଆରମ୍ଭ କରିଥିଲା । ୧୫ତମ ଓଭରରେ ମାର୍ନସ ଲାବୁସେନ ୨ ରନ କରି ବୁମରାଙ୍କ ଶିକାର ହୋଇଥିଲେ । ଏହା ପରେ ସାମ କନଷ୍ଟାସ ୨୩ ରନ, ଟ୍ରେଭିସ ହେଡ ୪ ରନ କରି କରି ସିରାଜଙ୍କ ଶିକାର ହୋଇଥିଲେ ।

୨୭ ତମ ଓଭରରେ ଷ୍ଟିଭେନ ସ୍ମିଥ ୩୩ ରନ କରି ପ୍ରସିଦ୍ଧି କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୧୦୧ରେ ଅଷ୍ଟ୍ରେଲିଆ ୫ଟି ୱିକେଟ ହରାଇ ସାରିଥିଲା । ୩୭ତମ ଓଭରରେ ଆଲେକ୍ସ କ୍ୟାରୀ ୨୧ ରନ କରି ପ୍ରସିଦ୍ଧି କ୍ରିଷ୍ଣାଙ୍କ ବଲରେ ପାଭିଲିନୟନ ଫେରିଥିଲେ । ପାଟ କମିନ୍ସ ୧୦ରନ, ମିଚେଲ ଷ୍ଟାର୍କ ୧ ରନ କରି ନିତୀଶ କୁମାର ରେଡ୍ଡୀଙ୍କ ବଲରେ ଆଉଟ ହୋଇଥିଲେ । ବ୍ୟୁ ୱେବଷ୍ଟର ୫୭ ରନ କରି ପ୍ରସିଦ୍ଧି କ୍ରିଷ୍ଣା ଆଉଟ ହୋଇଥିଲେ । ସ୍କଡ ବୋଲାଣ୍ଡ ୯ ରନ କରି ସିରାଜଙ୍କ ଶିକାର ହୋଇଥିଲେ । ଅଷ୍ଟ୍ରେଲିଆ ୧୮୧ରନରେ ଅଲଆଉଟ ହୋଇଥିଲା । ବ୍ୟାଟର ବିଫଳ ହୋଇଥିଲେ ବି ବୋଲର ସ୍ଥିତି ସମ୍ଭାଳିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ, ପ୍ରସିଦ୍ଧି କ୍ରିଷ୍ଣା ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଯଶପ୍ରୀତ ବୁମରା ଓ ନୀତିଶ ରେଡ୍ଡୀ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।

ଆହତ ବୁମରା- ଗେମ୍ ମଝିରୁ ହଠାତ୍ ଗାଏବ ହୋଇଥିଲେ ଯଶପ୍ରୀତ ବୁମରା । ବିରାଟ କୋହଲି ଦଳର ନେତୃତ୍ବ ନେଇଥିଲେ  । ଖବର ମିଳିଛି କି ଯଶପ୍ରୀତ ବୁମରା ଆହତ ହୋଇଛନ୍ତି । ପଡିଆରେ ଅସୁସ୍ଥ ମନେ କରିବାରୁ ଡ୍ରେସିଂ ରୁମକୁ ଯାଇଥିଲେ ବୁମରା । ଆଘାତ ଲାଗିଥିବାରୁ ସ୍କାନିଂ ପାଇଁ ସେ ହସ୍ପିଟାଲ ଯାଇଥିବା ଜଣାପଡିଛି । ବୁମରାଙ୍କ ଅନୁପସ୍ଥିତିରେ କୋହଲି ଅଧିନାୟକତ୍ବ କରିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.