ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ହକି ଇଣ୍ଡିଆର ପୂର୍ବତନ କୋଚ୍ ଜଗବୀର ସିଂ ଡାକ୍ତରଖାନାରେ ଭର୍ତ୍ତି

Published By : Anindita | January 4, 2025 8:45 AM

ନୂଆଦିଲ୍ଲୀ,୦୪/୦୧: କ୍ରୀଡ଼ା ଜଗତରୁ ଦୁଃଖଦ ଖବର। ହକି ଇଣ୍ଡିଆର ପୂର୍ବତନ କୋଚ୍ ଜଗବୀର ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ହୃଦଘାତରେ ପୀଡିତ ଥିବାରୁ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବବସ୍ଥା ଗୁରୁତର ରହିଥିବା ନେଇ ତାଙ୍କ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ୨ ଥର ଅଲିମ୍ପିଆନ୍ ଜଗବୀର ସିଂ ହକି ଇଣ୍ଡିଆ ଲିଗ୍  ପାଇଁ ଟିମ୍ ଗୋନାସିକାଙ୍କ ସହ ଦିଲ୍ଲୀ ଆସିଥିଲେ। ଏକ ପ୍ରଶିକ୍ଷଣ ଅଧିବେଶନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଯେତେବେଳେ ସେ ଛାତି ଟାଣିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ, ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ତାଙ୍କ ହାର୍ଟ ବ୍ଲକ ଅଛି ଏଥିପାଇଁ  ଅସ୍ତ୍ରୋପଚାର ଆବଶ୍ୟକ।  ଅସ୍ତ୍ରୋପଚାର ସମୟରେ ଜଗବୀର ହୃଦଘାତରେ ପୀଡିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ପ୍ରକାଶ ଥାଉକି,  ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଏକ ଶିଖ ପରିବାରରେ ଜନ୍ମ ହୋଇଥିବା ୫୯ ବର୍ଷୀୟ ଜଗବୀର ସିଂ ଜଣେ ପୂର୍ବତନ ଅଲିମ୍ପିଆନ୍। ତାଙ୍କ ପିତା ଦର୍ଶନ ସିଂ ମଧ୍ୟ ଦେଶ ପାଇଁ ହକି ଖେଳିଥିଲେ। ସେ ତାଙ୍କ ସହରରେ ଅଲ ଇଣ୍ଡିଆ ଧ୍ୟାନ ଚାନ୍ଦ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ। ୧୯୮୮ ମସିହାରେ ସିଓଲ୍ ଅଲିମ୍ପିକ୍ସରେ ଏବଂ ୧୯୯୨ରେ ବାର୍ସିଲୋନା ଅଲିମ୍ପିକ୍ସରେ ଜଗବୀର ସିଂ ଦୁଇଥର ଦେଶ ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୫ ରୁ ୧୯୯୬ ପର୍ଯ୍ୟନ୍ତ ଦେଶ ପାଇଁ ଖେଳିଥିଲେ। ସେ ସିଓଲରେ ଅନୁଷ୍ଠିତ ୧୯୮୬ ଏସିଆନ୍ ଗେମ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ୧୯୯୦ ରେ, ସେ ବେଜିଂରେ ଆୟୋଜିତ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତି ନିଜର ନାମ ପ୍ରସିଦ୍ଧ କରିଥିଲେ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.