ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସିଡନୀ ଟେଷ୍ଟରୁ ବାଦ ପଡିବା ପରେ ମୁହଁ ଖୋଲିଲେ ରୋହିତ, କହିଲେ ମୁଁ ଅବସର ନେଇ ନାହିଁ

Published By : Ankita S | January 4, 2025 9:09 AM

ନୂଆଦିଲ୍ଲୀ,୦୪/୦୧: ଅଚାନକ କାହିଁକି ଭାରତୀୟ କ୍ରିକେଟ ଦଳକୁ ବାଦ ପଡିଲେ କ୍ୟାପ୍ଟେନ ରୋହିତ ଶର୍ମା । ସିଡନୀ ଟେଷ୍ଟରୁ କାହିଁକି ରହିଲେ ବାହାରେ । ବ୍ୟକ୍ତିଗତ ବିଫଳତା ନାଁ ଆଉ କିଛି ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତାଙ୍କ ଫ୍ୟାନ୍ସ । ଦଳରୁ ରୋହିତ ବାଦ ପଡିବାକୁ ହଜମ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ । ଏହାରି ଭିରତରେ ସିଡନୀ ଟେଷ୍ଟ ନ ଖେଳିବା ନେଇ ରୋହିତ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମୁଁ ଅବସର ନେଇନାହିଁ । କେବଳ ଗୋଟିଏ ମ୍ୟାଚରୁ ଓହରିଛି । ଦଳର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ରୋହିତ ଶର୍ମା ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯାଉଛି । ଏହି ଟେଷ୍ଟ ଖେଳୁନାହାନ୍ତି ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା । ତାଙ୍କ ସ୍ଥାନରେ ଦଳର ନେତୃତ୍ବ ନେଇଛନ୍ତି ଯଶପ୍ରୀତ ବୁମରା । ସିଡନୀ ଟେଷ୍ଟ ରୋହିତ ନ ଖେଳିବା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି, ମୁଁ ଅବସର ନେଇନାହିଁ, ଏହି ମ୍ୟାଚରୁ ଓହରିଛି । କେବଳ ଗୋଟିଏ ମ୍ୟାଚରୁ ବିଶ୍ରାମ ନେଇଛି । ଦଳର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । ଖେଳର ୨ମାସ କିମ୍ବା ୫ମାସରେ ଫର୍ମ ବଦଳି ଯାଇପାରେ ।

ସେ ଆହୁରି କହିଛନ୍ତି,ସିଡନୀ ଟେଷ୍ଟରୁ ବାହରେ ବସିବା ମାନେ ନୁହେଁ ଅବସର ନେବା । ମୁଁ ନିଜେ ଦଳରୁ ବାଦ ରହିଛି । ଚୟନକର୍ତ୍ତା ଏବଂ କୋଚଙ୍କୁ କହିଥିଲି ମୋ ବ୍ୟାଟରୁ ରନ ବାହାରୁନାହିଁ ତେଣୁ ମୁଁ ସିଡନୀ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଏବେ ରନ ହେଉନାହିଁ । ଏହାର କୌଣସି ଗ୍ୟାରେଣ୍ଟି ନାହିଁ କି ୫ମାସ ପରେ କିମ୍ବା ୨ ମାସ ପରେ ବି ରନ ହେବ ନାହିଁ । ମୁଁ କଠିନ ପରିଶ୍ରମ କରିବି । ଲ୍ୟାପଟପ, ପେନ୍ ଓ ପେପର ନେଇ ବାହାରେ ବସିଥିବା ଲୋକ ଏହା ନିଷ୍ପତ୍ତି ନେବେ ନାହିଁ କି ମୁଁ କେବେ ଅବସର ନେବି ଓ କଣ ନିଷ୍ପତ୍ତି ନେବି ।

ସିଡନୀ ଟେଷ୍ଟ ନ ଖେଳିବା ତାଙ୍କ ନିଜର ନିଷ୍ପତ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ରୋହିତ କହିଛନ୍ତି, ମୋ କଥାବାର୍ତ୍ତା ବହୁତ ସିମ୍ପଲ ଥିଲା । ମୁଁ କହିଲି କି ମୁଁ ରନ କରିପାରୁ ନାହିଁ । ଏହି ସମୟରେ ଦଳକୁ ଏମିତି ଏକ ଖେଳାଳି ଦରକାର ଯିଏ ରନ କରିପାରିବେ । ଏହି କଥା ମୁଁ କୋଚ ଓ ଚୟନକର୍ତ୍ତାଙ୍କୁ କହିଥିଲି । ସେମାନେ ମୋ ସାଥ ଦେଇଥିଲେ । ଏହା ବୁଦ୍ଧିମାତାପୂର୍ଣ୍ଣ ନିଷ୍ପତ୍ତି ଥିଲା । ମଁ କେବଳ ତାହା କରିଛି ଯାହା ମୋତେ ଦଳ ପାଇଁ କରିବା ଆବଶ୍ୟକ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.