ନୂଆଦିଲ୍ଲୀ,୦୫/୦୧: ଭାରତର ସ୍ବପ୍ନ ଚୁନା । ଭାଙ୍ଗିଲା କୋଟି କୋଟି କ୍ରିକେଟ ଫ୍ୟାନ୍ସଙ୍କ ହୃଦୟ । ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ୟାଜନକ ପରାଜୟ ପରେ ମଉଳିଲା ବିଶ୍ବ ଚମ୍ପିଆନ୍ସ ଟ୍ରଫି ଆଶା । ୬ ୱିକେଟରେ ସିଡନୀ ଟେଷ୍ଟରେ ବାଜି ମାରି ନେଇଛନ୍ତି ଘରୋଇ ଅଷ୍ଟ୍ରେଲିଆ । ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରିଛି କଙ୍ଗାରୁ ଦଳ । ଏହା ସହିତ ଡବ୍ଲୁଟିସି ଫାଇନାଲରେ ଏଣ୍ଟ୍ରି ମାରିଛି ଅଷ୍ଟ୍ରେଲିଆ । ଯଶପ୍ରୀତ ବୁମରା ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି । ସେ ୫ଟି ମ୍ୟାଚରେ ୩୨ଟି ୱିକେଟ ନେଇଛନ୍ତି ।
ସିଡନୀ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଇନିଂସରେ ଭାରତ ୧୮୫ ରନ କରିଥିଲା । ଦ୍ବିତୀୟ ଇନିଂସରେ ୧୫୭ ରନ କରି ଅଷ୍ଟ୍ରେଲିଆକୁ ୧୬୨ରନ ଟାର୍ଗେଟ ଦେଇଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ କରିଥିଲା । ଦ୍ବିତୀୟ ଇନିଂସରେ ଭାରତ ଦେଇଥିବା ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କରି ନେଇଛି । ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରି ନେଇଛି । ଏହା ସହିତ ବିଶ୍ବ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରଛି ଅଷ୍ଟ୍ରେଲିଆ । ସିଡନୀ ଟେଷ୍ଟରେ ବିଜୟ ସହିତ ବର୍ଡର-ଗାଭାସ୍କର ଟ୍ରଫି ସିରିଜ ଶେଷ ହୋଇଛି । ସିଡନୀ ଟେଷ୍ଟରେ ୧୦ୱିକେଟ ନେଇଥିବା ବୋଲାଣ୍ଡ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସିଡନୀ ଟେଷ୍ଟର ଦୁଇଟି ପାଳିଲେ ସେ ଯଥାକ୍ରମେ ୬ ଓ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତ ପକ୍ଷରୁ ସିଡନୀ ଟେଷ୍ଟରେ କେବଳ ଋଷବ ପନ୍ତ ୬୧ରନର ଭଲ ପାଳି ଖେଳି ଥିଲେ । ବାକି ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ ।
ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଉଥିଲା । ଯେଉଁଥିରେ ୨୯୫ ରନର ବିରାଟ ବିଜୟ ହାସଲ କରଥିଲା ଭାରତ । ଦ୍ବିତୀୟ ଟେଷ୍ଟ ଆଡିଲେଡରେ ଖେଳାଯାଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆ ୧୦ ୱିକେଟରେ ବାଜି ମାରି ନେଇଥିଲା । ବର୍ଷା ପାଇଁ ଗାବାରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ବାତିଲ ହୋଇଥିଲା । ମେଲବର୍ଣ୍ଣରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟକୁ ୧୮୪ରନରେ ଜିତିଥିଲା । ସିଡନୀରେ ଖେଳାଯାଇଥିବା ଅନ୍ତିମ ଟେଷ୍ଚକୁ ୬ ୱିକେଟରେ ବାଜି ମାରି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଏଣ୍ଟ୍ରି ମାରିଛି ଅଷ୍ଟ୍ରେଲିଆ । ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରିଛି । ଶେଷ ଥର ୨୦୧୪ରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟରେ ୨-୦ ସିରିଜରେ ଜିତିଥିଲା ଅଷ୍ଟ୍ରେଲିଆ ।