ପ୍ରମୂଖ ଖବର
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ସିଡନୀ ଟେଷ୍ଟ ତୃତୀୟ ଦିନ; ୧୫୭ରେ ଅଲଆଉଟ ଇଣ୍ଡିଆ, ଅଷ୍ଟ୍ରେଲିଆକୁ ୧୬୨ରନ ଟାର୍ଗେଟ

Published By : Ankita S | January 5, 2025 7:44 AM

ନୂଆଦିଲ୍ଲୀ,୦୫/୦୧: ସିଡନୀ ଟେଷ୍ଟ ନାଟକୀୟ ମୋଡରେ ତୃତୀୟ ଦିନ ଖେଳ ଆରମ୍ଭ ହୋଇଛି । ୧୪୫ରନ ଆଗୁଆ ଥିବା ଟିମ୍ ଇଣ୍ଡିଆ ୧୫୭ରନରେ ଅଲଆଉଟ ହୋଇଛି । ଅଷ୍ଟ୍ରେଲିଆକୁ ଜିତିବାକୁ ୧୬୨ରନ ଟାର୍ଗେଟ ଦେଇଥିବା ଟିମ୍ ଇଣ୍ଡିଆ । ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୭୩ରନ କରିଛି । ଆଶା ଦେଲେ ପ୍ରସିଦ୍ଧି କ୍ରିଷ୍ଣା । ଏବେ ଜତିବାକୁ ଅଷ୍ଟ୍ରେଲିଆକୁ ୯୧ ରନ ଦରକାର ।

୧୪୫ ରନରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଆଜି (ରବିବାର) ୧୪୧/୬ରୁ ଖେଳ ଆରମ୍ଭ କରିଥିଲା । ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର କ୍ରିଜରେ ଥିଲେ । ୩୮ତମ ଓଭରରେ ୧୨ ରନ କରି ୱାଶିଂଟନ ସୁନ୍ଦର କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ବୋଲାଣ୍ଡଙ୍କ ବଲରେ ୪ ରନ କରି ଆଉଟ ହୋଇଥିଲେ ମହମ୍ମଦ ସିରାଜ । ପର ବଲରେ ବୋଲାଣ୍ଡ ଯଶପ୍ରୀତ ବୁମରାଙ୍କୁ ଆଉଟ କରିଥିଲେ । ଖାତା ଖୋଲି ପାରିନଥିଲେ ବୁମରା । ଦଳୀୟ ସ୍କୋର ୧୫୭ରେ ଭାରତର ପାଳି ସରିଯାଇଥିଲା । ଅଷ୍ଟ୍ରେଲିଆକୁ ୧୬୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ ।

ଏହା ପରେ ବ୍ୟାଟିଂ ଆରମ୍ଭ କରିଥିଲା ଘରୋଇ ଅଷ୍ଟ୍ରେଲିଆ । ୩ ଓଭର ଖେଳରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ୱାଶିଂଟନ ସୁନ୍ଦର। ୨୨ ରନ କରି ସାମ କନଷ୍ଟାସ ଆଉଟ ହୋଇଥିଲେ । ପରେ ପରେ ମାର୍ନସ ଲାବୁସେନ ୬ ରନ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ପାଭିଲିୟନ ଫେରିଥିଲେ । ପୁଣି ଆଉ ଏକ ସଫଳତା ଦେଇଥିଲେ କ୍ରିଷ୍ଣା । ଷ୍ଟିଭେନ ସ୍ମିଥ ୪ ରନ କରି କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଥିଲେ । ଲଞ୍ଚ ବ୍ରେକ ସୁଦ୍ଧା ଅଷ୍ଟ୍ରେଲିଆ ଦଳୀୟ ସ୍କୋର ୭୧ରେ ୩ଟି ୱିକେଟ ହରାଇଥିଲା । ଏବେ ଜିତିବାକୁ କଙ୍ଗାରୁ ଦଳକୁ ୯୧ ରନ ଦରକାର । ଭାରତକୁ ମ୍ୟାଚ କବଜାକୁ ଆଣିବାକୁ ହେଲେ ୱିକେଟ ପକାଇବାକୁ ହେବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.