ନୂଆଦିଲ୍ଲୀ,୦୫/୦୧: ଭାରତୀୟ କ୍ରିକେଟ ଦଳର ଡବ୍ଲୁଟିସି ଫାଇନାଲ ସ୍ବପ୍ନ ଭାଙ୍ଗି ଯାଇଛି । ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ୬ ୱିକେଟରେ ମ୍ୟାଚ କବଜା କରି ନେଇଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ ପାଞ୍ଚମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ସିରିଜକୁ ୧୦ ବର୍ଷ ପରେ ୩-୧ରେ ହାସଲ କରିଛି । ଭାରତର ଏହି ପରାଜୟ ପରେ ଦଳର କୋଚିଂ ଉପରେ ପ୍ରଶ୍ନ ଉଠିଛି । ସିଡନୀ ଟେଷ୍ଟ ଶେଷ ହେବା ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ପରାଜୟ କାରଣ ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପ୍ରଶ୍ନର ଉତ୍ତର ରଖିଛନ୍ତି ଗୌତମ ଗମ୍ଭୀର ।
ରୋ-କୋଙ୍କ ଅବସର ନେଇ କୋଚଙ୍କ ଉତ୍ତର-
ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଭାରତୀୟ ଦଳର ବରିଷ୍ଠ ଖେଳାଳି ବିଫଳ ହୋଇଥିଲେ । ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟରୁ ଆଶା ଅନୁସାରେ ରନ ବାହାରି ନଥିଲା । ବିଜିଟି ପରେ ଏହି ଦୁଇ ଖେଳାଳି ଟେଷ୍ଟରୁ ଅବସର ନେବା ଚଚ୍ଚା ହେଉଥିଲା । ସିଡନୀ ଟେଷ୍ଟ ସରିବା ପରେ ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କୁ ରୋହିତ ଓ କୋହଲିଙ୍କ ଅବସର ନେଇ ପ୍ରଶ୍ନ ପଚରା ଯାଇଥିଲା । ଉତ୍ତରରେ କୋହଲି କହିଥିଲେ, କୌଣସି ଖେଳାଳିଙ୍କ ଭବିଷ୍ୟତ ସେ ସ୍ଥିର କରିପାରିବେ ନାହିଁ । ଏହା ସେମାନଙ୍କ ଉପରେ ନିର୍ଭର କରେ । ସେମାନଙ୍କ ମଧ୍ୟରେ ବିଜୟର ଭୋକ ଓ ପ୍ରତିବଦ୍ଧତା ଅଛି । ଆଶା କରୁଛି ସେ ଭାରତୀୟ କ୍ରିକେଟକୁ ଆଗକୁ ନେବା ପାଇଁ ତାଙ୍କ ପାଇଁ ଯାହା ସମ୍ଭବ ସବୁ କିଛି କରିବେ । ମୁଁ ସର୍ବଦା ଚାହିଁବି ସେ ଘରୋଇ କ୍ରିକେଟ ଖେଳନ୍ତୁ । ପରିବର୍ତ୍ତନ ବିଷୟରେ ଆଗୁଆ କହିବା ଠିକ୍ ନୁହେଁ । ଆମ ଜାଣିନାହୁଁ ୫ ମାସ ପରେ ଆମେ କେଉଁଠି ଥିଲା । ଡେସ୍ରିଂ ରୁମକୁ ଖୁସି କରିବାକୁ ହେଲେ ସମସ୍ତଙ୍କ ପ୍ରତି ସଚ୍ଚୋଟ ଓ ନ୍ୟାୟଯୁକ୍ତ ହେବାକୁ ପଡିବ ।
୨୦୨୩ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଓ ବିଶ୍ବକପରେ ପରାସ୍ତ ହୋଇଥିଲା ଭାରତ । ମାତ୍ର ଓଭରଅଲ ଭଲ ପ୍ରଦର୍ଶନ କରିଥିଲା । ୨୦୨୪ରେ ଟି-୨୦ ବିଶ୍ବକପ ଜିତିଥିଲା । ଏହାପରେ ଦଳର ମୁଖ୍ୟ କୋଚ ହୋଇଥିଲେ ଗୌତମ । ଗମ୍ଭୀରଙ୍କ କୋଚିଂରେ ଶ୍ରୀଲଙ୍କା ବିପକ୍ଷରେ ବିଜୟରୁ ଆରମ୍ଭ ହୋଇଥିଲା । ମାତ୍ର ଏହା ପରେ ଭାରତରୁ ପରାଜୟ ହେବାକୁ ପଡିଛି । ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେବା ପରେ ଏହେ ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଛି ଭାରତ । ଏହି ପରାଜୟ ପରେ ଟିମ୍ ଇଣ୍ଡିଆର କୋଚିଂ ଉପରେ ପ୍ରଶ୍ନ ଉଠିଛି ।
୫ ମ୍ୟାଚ ବିଶିଷ୍ଟ ବଡର-ଗାଭାସ୍କର ଟ୍ରଫି ସିରିଜକୁ ୩-୧ରେ କବଜା କରିଛି ଅଷ୍ଟ୍ରେଲିଆ। ଭାରତ କେବଳ ପର୍ଥରେ ଖେଳାଯାଉଥିଲା ପ୍ରଥମ ଟେଷ୍ଟ ଜିତିଥିଲା । ବାକି ଆଡିଲେଡ, ମେଲବର୍ଣ୍ଣ ଓ ସିଡନୀ ଟେଷ୍ଟରେ ବାଜି ମାରିନଇଥିଲା ଅଷ୍ଟ୍ରେଲିଆ । ଗାବାରେ ଖେଳାଯାଉଥିଲା ତୃତୀୟ ଟେଷ୍ଟ ବର୍ଷା ପାଇଁ ଡ୍ର ହୋଇଥିଲା । ଆସନ୍ତା ଜୁନ-ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବ ।