ନୂଆଦିଲ୍ଲୀ,୦୪/୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯାଉଛି । ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛନ୍ତି ଯଶପ୍ରୀତ ବୁମରା । ୪୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ବୁମରା ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇଛନ୍ତି ।
ସିଡନୀ ଟେଷ୍ଟରେ ଅଧିନାୟକତ୍ବ ଦାୟିତ୍ବ ତୁଲାଇଛନ୍ତି ଯଶପ୍ରୀତ ବୁମରା । ବୋଲିଂରେ ବୋବାଲ କରିଛନ୍ତି ବୁମରା । ସିଡନୀ ଟେଷ୍ଟର ଦ୍ବିତୀୟ ଦିନରେ ବୁମରା ଲାବୁସେନଙ୍କ ୱିକେଟ ନେଇ ବଡ ଉପଲବ୍ଧି ହାସଲ କରିଥିଲେ । ଅଷ୍ଟ୍ରେଲିଆ ଟିମ୍ ବିପକ୍ଷରେ ବର୍ତ୍ତମାନ ଟେଷ୍ଟ ସିରିଜରେ ସେ ୩୨ତମ ୱିକେଟ ନେଇଛନ୍ତି । ଏବେ ସୁଦ୍ଧା ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ବୋଲର ହେବା ସହ ୪୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ।
୩୨* ଯଶପ୍ରୀତ ବୁମରା (୨୦୨୪-୨୫)
୩୧ ବିଶନ ସିଂହ ବେଦୀ (୧୯୭୭-୭୮)
୨୮ ଭଗବାତ ଚନ୍ଦ୍ରଶେଖର(୧୯୭୭-୭୮)
୨୫(ଇରାପଲ୍ଲୀ ପ୍ରସନ୍ନା (୧୯୬୭-୬୮)
୨୫ କପିଲ ଦେବ (୧୯୯୧-୯୨)
କହିରଖୁଛୁ କି, ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ ୩ ତାରିଖରୁ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ଭଲ ଆରମ୍ଭ କରିନଥିଲା ଟିମ୍ ଇଣ୍ଡିଆ । ୧୮୫ରନରେ ଅଲଆଉଟ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ ପାଳି ଆରମ୍ଭ କରିଥିଲା । ୯ରନରେ ଗୋଟିଏ ୱିକେଟ ହରାଇବା ପରେ ଷ୍ଟମ୍ପ ଘୋଷଣା ହୋଇଥିଲା । ଏହାପରେ ଆଜି ଦ୍ବିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ୬ ୱିକେଟ ହରାଇ ୧୫୫ ରନ କରିଛି ଅଷ୍ଟ୍ରେଲିଆ । ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିଲେ ବି ବୋଲର ସଫଳ ହୋଇଛନ୍ତି । ବୁମରା, ସିରାଜ କଙ୍ଗାରୁ ଦଳକୁ ଘାଇଲା କରିଛନ୍ତି ।