କଳାହାଣ୍ଡି,୨।୧ : ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପର ଭାଇଜର । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ସୁପରଭାଇଜର ଜଣକ ହେଉଛନ୍ତି ଲକ୍ଷ୍ମୀ ମହାରଣା
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପର ଭାଇଜର ଲକ୍ଷ୍ମୀ ମହାରଣା ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ପ୍ରତ୍ୟେକ ଆବେଦନକାରୀଙ୍କ ଠାରୁ ୨ହଜାର ଲେଖାଏଁ ଆଦାୟ କରି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଦେଉଥିଲେ । ତଲଝାପି ପଞ୍ଚାୟତର ନିକେସଜୋର ଗାଁର ୩ ଜଣଙ୍କଠାରୁ ପ୍ରମାଣ ପତ୍ର ପାଇଁ ୪ ହଜାର ଟଙ୍କା ଡାକ୍ତରଖାନାରେ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲା