ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର : ମା’- ୨ ଝିଅ ଗୁରତର

Published By : Prameya | January 4, 2025 9:36 PM

ଢେଙ୍କାନାଳ,୪।୧ :  ଗ୍ୟାସ ଟାଙ୍କି ଫାଟି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଉ ଘର ଜଳି ଯାଇଥିବା ବେଳେ ଗୋଟିଏ ପରିବାରର  ମା' ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି। ତେବେ ସମ୍ପର୍କୀୟଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମା’ ଓ ଦୁଇ ଝିଅଙ୍କୁ  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର  ଅବସ୍ଥା ଗୁରୁତର ହେବାରୁ ତିନି ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।    ଢେଙ୍କାନାଳ ସଦରବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧ ନୁଆଗାଁର ପବନା ନାୟକଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ପବନାଙ୍କ ପତ୍ନୀ ଶେଫାଳୀ ନାୟକ, ବଡ ଝିଅ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ନାୟକ (୧୫)  ଓ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ (୧୦) ଗୁରୁତର ହୋଇଥିବା ଜଣାପଡିଛି।

ମା’ ଶେଫାଳୀ ରୋଷେଇ କରୁଥିବା ବେଳେ ରୋଷେଇ ସିଲିଣ୍ଡର   ହଠାତ ଫାଟି ଯାଇଥିଲା। ଫଳରେ ଗ୍ୟାସ ନିଆଁରେ ଘର ଜଳି ଉଠିଥିଲା ଘର । ଘରେ ମା’ ଓ ଝିଅ ଦୁଇଜଣ ଥିଲେ।  ମା' କୁ ଉଦ୍ଧାର କରିବାକୁ ଯାଇ ଦୁଇ ଝିଅ ମଧ୍ୟ ନିଆଁ ରେ ପୋଡି ହୋଇଯାଇଥିଲେ। ନିଆଁ ଘରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଦେଖି ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିଲେ।   ମା’ ଶେଫଳୀ ଓ ସାନ ଝିଅ ଜୟଶ୍ରୀଙ୍କର ଶରୀରର ୬୦ ପ୍ରତିଶତ ପୋଡି ହୋଇ ଯାଇଥିବା ଜଣାପଡିଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ  ଖବର ପାଇ ଢେଙ୍କାନାଳରୁ ଦମକଳ ବାହିନୀ ପହଞ୍ଚି ନିଅଁ କୁ ଆୟତ୍ତ କରିଛି। ତେବେ  ଏହି ଅଗ୍ନିକାଣ୍ଡରେ ପବନା ନାୟକଙ୍କ ସମସ୍ତ ଆସବା ପତ୍ର, ଲୁଗାପଟା ଓ  ଧନ ଚାଉଳ ଆଦି ପୋଡି ଯାଇଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.