ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମହାପ୍ରଭୁଙ୍କ ପାଇଁ ରୂପା ଶଙ୍ଖ ଦାନ କଲେ ଭକ୍ତ

Published By : Prameya | January 6, 2025 7:07 PM

ପୁରୀ, ୬।୧ :ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ କଲେ ଭକ୍ତ। ସମ୍ବଲପୁରର ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ରୂପା ଶଙ୍ଖ ଦାନ କରିଛନ୍ତି। ତେବେ ଏହି ରୂପା ଶଙ୍ଖଟିର ଓଜନ ଏକ କିଲୋ ୬୧୯ ଗ୍ରାମ୍ ରହିଛି। 

କୌଣସି ମାନସିକ ନଥିଲେ ମଧ୍ୟ ରୂପା ଶଙ୍ଖ ଦାନ କରିବା ପାଇଁ ନଳିନୀ ପ୍ରଭା ଆଶା ରଖିଥିଲେ। ଆଜି ତାଙ୍କର ଏହି ଆଶା ପୂରଣ ହୋଇଥିବାରୁ ନଳିନୀ ପ୍ରଭା ଓ ତାଙ୍କ ପରିବାର ସଦସ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସୁନାବେଶ ଅବସରରେ ମହାପ୍ରଭୁ ବାମ ହସ୍ତରେ ଶଙ୍ଖ ଧାରଣ କରିଥାନ୍ତି। ଏଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ଜଣକ ଏହି ଶଙ୍ଖ ଦାନ କରିଥିବାବେଳେ ବରିଷ୍ଠ  ଦଇତାପତି ସେବାୟତ ଏହାକୁ ସ୍ବାଗତ କରିଛନ୍ତି। ଭକ୍ତମାନେ ଯାହାକିଛି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ତାହା ଠାକୁରଙ୍କ କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.