ପ୍ରମୂଖ ଖବର
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ... ତହସିଲଦାରଙ୍କୁ ରିଲିଫ୍‌ କରିବାକୁ ଅଞ୍ଚଳବାସୀଙ୍କ ଦାବି
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଦୁଇ ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା, ସୁପାରି କିଲିଂ ହୋଇଥିବା କହିଲେ ସମ୍ବଲପୁର ବିଧାୟକ

Published By : Harapriya Sethi | January 6, 2025 2:02 PM

ସମ୍ୱଲପୁର, ୦୬/୦୧: ବିଜେପି ନେତାଙ୍କୁ ଗାଡି ଚଢାଇ ହତ୍ୟା ଘଟଣା ସୁପାରି କିଲିଂ । ଅନ୍ୟକାହାକୁ ମାରିବାକୁ ଡ୍ରାଇଭର ନେଇଥିଲା ସୁପାରି । ଭୁଲ ବଶତଃ ଦୁଇ ବିଜେପି ନେତାଙ୍କୁ ମାରିଛି । ଏମିତି ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ସିସିଟିଭି ଫୁଟେଜ ଦେଖନ୍ତୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଛି । 

ଅନ୍ୟ କାହାକୁ ମାରିବାକୁ ସୁପାରି ନେଇଥିଲା ଡ୍ରାଇଭର । ଭୁଲରେ ୨ ବିଜେପି ନେତାଙ୍କ ଜୀବନ ଯାଇଛି । କାହାକୁ ମାରିବା ପାଇଁ ସୁପାରି ନେଇଥିଲା, କିଏ ସୁପାରି ଦେଇଥିଲା ତଦନ୍ତ କରୁ ପୋଲିସ । କାହାକୁ କେହି ବିନା କାରଣରେ ମାରେନି । ପଶ୍ଚିମ ଓଡ଼ିଶାରେ ଆସ୍‌ କାରବାର ଚାଲିଛି । ଆସ୍‌ ମାଫିଆମାନେ ସବୁ ଜାଗାରେ ସକ୍ରିୟ ଅଛନ୍ତି । ରାଜନୈତିକ ଷଡଯନ୍ତ୍ର ଥିବ ବୋଲି ମୋତେ ଲାଗୁନି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.