ପ୍ରମୂଖ ଖବର
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

୧୨ ଦିନ ବନ୍ଦ ରହିବ ସମଲେଶ୍ୱରୀ ଏକ୍ସପ୍ରେସ, ଉଭୟ ରୁଟ୍‌ରେ ଗଡ଼ିବନି ଟ୍ରେନ୍

Published By : Prameya | May 20, 2025 12:27 PM

ଜୟପୁର, ୨୦/୦୫: ନିରାପତ୍ତା ଦୃଷ୍ଟିରୁ ମେ’ ଏବଂ  ଜୁନ୍‌ରେ ମୋଟ ୧୨ ଦିନ ବନ୍ଦ ରହିବ ସମଲେଶ୍ୱରୀ ଏକ୍ସପ୍ରେସ । ଅପ୍‌ ଏବଂ ଡାଉନ୍‌ ରୁଟ୍‌ରେ ୬ ଦିନ ଲେଖାଏଁ ଚଳାଚଳ ବାତିଲ କରିଛି ରେଳ ବିଭାଗ । ମେ’ ଓ ଜୁନ୍‌ରେ  ହାଓଡ଼ା-ଜଗଦଲପୁର ରୁଟ୍‌ରେ ପ୍ରତି  ମଙ୍ଗଳବାର ଏବଂ ଜଗଦଲପୁର-ହାଓଡ଼ା  ରୁଟ୍‌ରେ ପ୍ରତି ଗୁରବାର ଟ୍ରେନ୍‌ ଯାତାୟାତ  କରିବନି । ଏ ସମ୍ପର୍କରେ ଦକ୍ଷିଣ-ପୂର୍ବ ରେଲୱ ପକ୍ଷରୁ ସୂଚନା ଦିଆଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ  ରେଲୱେର ଚକ୍ରଧରପୁର ଡିଭିଜନ୍‌ ଗହ୍ମାରିଆ-ସିନ୍ନି ସେକ୍ସନ୍‌ରେ  ନିରାପତ୍ତା କାମ ଜାରି ରହିଛି । ସୁରକ୍ଷିତ ଏବଂ ବାଧାହୀନ ଟ୍ରେନ  ଚଳାଚଳ ଲାଗି ନିରାପତ୍ତା ସମ୍ବନ୍ଧୀୟ କାମ ଜରୁରି । ଏହାକୁ  ଆଖିରେ ରଖି ୧୮୦୦୫ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ  ଏକ୍ସପ୍ରେସ୍‌ ମେ’ ୨୦, ୨୭, ଜୁନ ୩, ୧୦, ୧୭  ଏବଂ ୨୪(ପ୍ରତି ମଙ୍ଗଳବାର)ରେ ବନ୍ଦ ରହିବ ।  ଫେରନ୍ତା ରୁଟ୍‌ ଅର୍ଥାତ ଜଗଦଲପୁର-ହାଓଡ଼ା  ୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସ୍‌ ମେ’ ୨୨,  ୨୯, ଜୁନ ୫, ୧୨, ୧୯ ଏବଂ ୨୬(ପ୍ରତି ଗୁରବାର) ଚଳାଚଳ  କରିବନି । ଉପରୋକ୍ତ ଦିନରେ ଯାତାୟାତ କରିବାକୁ ଥିବା  ଯାତ୍ରୀମାନେ ବିକଳ୍ପ ଚିନ୍ତା କରିବାକୁ ଅନୁରୋଧ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.