ଭୁବନେଶ୍ୱର,୨୧/୦୫: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ସ୍ନାତକ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶିତ ପାଇଛି । ଫଳାଫଳରେ ଛାତ୍ରଛାତ୍ରୀ ମାନଙ୍କର ମୋଟ ପାସ୍ହାର ୯୦ ପ୍ରତିଶତ ରହିଛି । ଛାତ୍ରମାନଙ୍କ ଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ରୀମାନେ ଆଗରେ ଅଛନ୍ତି । ଛାତ୍ରୀମାନଙ୍କର ପାସ୍ ହାର ୯୪.୮ ପ୍ରତିଶତ ରହିଥିଲାବେଳେ ଛାତ୍ରମାନଙ୍କ ୮୩.୮% ପାସ୍ହାର ପ୍ରତିଶତ ରହିଛି ।
କଳା ବିଭାଗରେ ପାସ୍ହାର ୯୦.୭ ପ୍ରତିଶତ ରହିଥିବାବେଳେ, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ୍ହାର ଯଥାକ୍ରମେ ୯୬.୨ ଓ ୮୨.୭ ପ୍ରତିଶତ ଅଟେ । ବାଣିଜ୍ୟ ବିଭାଗରୁ ଛାତ୍ରୀ ସୁଶ୍ରୀ ଅହମଦୁନ ନିଶା, କଳା ବିଭାଗରୁ ଶିକ୍ଷା ସମ୍ମାନର ଛାତ୍ରୀ ସୁଶ୍ରୀ ମେହେରୁନ ନିଶା ଓ ବିଜ୍ଞାନ ବିଭାଗରୁ ପଦାର୍ଥ ବିଜ୍ଞାନ ସମ୍ମାନର ଛାତ୍ର ଶ୍ରୀ ଶିବାଂଶ ରଥ ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି ।
ଶ୍ରୀ ରଥ ସର୍ବାଧିକ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି । ଫଳାଫଳ ପ୍ରକାଶନ ସଭାରେ ଜ୍ୟୋତିରିନ୍ଦ୍ର ନାଥ ମିଶ୍ର, ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପ୍ରାକ୍ତନ କୁଳପତି, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ପ୍ରଦୋଷ ପଟ୍ଟନାୟକ, ସଦସ୍ୟ ପରିଚାଳନା ସମିତି ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅଧକ୍ଷା ଡକ୍ଟର ବିନ୍ଦୁଶ୍ରୀ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଛୋଟରାୟ, ପ୍ରମୂଖ ଉପସ୍ଥିତ ରହିଥଲେ ।