ଗୋପାଳପୁର ୨୧/୫: ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜlମ୍ମୁ କଶ୍ମୀରର ପହଲଗାମ୍ରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଜବାବ ଦେଇ ‘ଅପରେଶନ ସିନ୍ଦୂର’ ଜରିଆରେ ପରାକ୍ରମ ଦେଖାଇଥିଲେ ଭାରତୀୟ ବୀର ଯବାନ। ସେମାନଙ୍କ ସାହସିକତାକୁ ନେଇ ଗଞ୍ଜାମ ଜିଲ୍ଳା ପ୍ରଶାସନ ନିର୍ଦ୍ଧେଶ କ୍ରମେ ଆଜି ରଙ୍ଗେଇଲୁଣ୍ଡା ପଞ୍ଚାୟତରେ ଏକ ଶୋଭାଯାତ୍ରା ବlହlରି ଭାରତ ମାତା କି ଜୟ ସ୍ଲୋଗାନ ଦେଇ ପଞ୍ଚାୟତ ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାରେ ପି ଇ ଓ ରାଜେନ୍ଦ୍ର ବେହେରା, ଏ ଡି ଓ କାହୁଁ ଚରଣ ସ୍ବାଇଁ, ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମହlଙ୍କୁଡ଼, ମିଶନ ଶକ୍ତି ସଭାନେତ୍ରୀ ଅର୍ଚ୍ଚନା ପଟ୍ଟନାୟକ,ଏମ୍ ବି କେ ଉଷା ରାଣୀ ରେଡ୍ଡୀ, ଯୁବା ପଣ୍ଡା, ଜି.କୁର୍ମା,ବାଇନ ଆଚାର୍ଯ୍ୟ, ଲକ୍ଷ୍ମୀ ବେହେରା,ବାବୁଲି ମିଶ୍ର,ଏ.ରlଜେୟା ରେଡି, ନନ୍ଦ ରେଡି, ବି.ଗୋପୀ ରେଡି, ଶ୍ରୀନିବାସ ମହାରଣା, ସୋମନାଥ ଜେନା, ଜଗବନ୍ଧୁ ରେଡି, ରାମା ରେଡି, ସୋମନାଥ ପାତ୍ର, ସନ୍ତୋଷ ଦାସ, ଲକ୍ଷ୍ମୀ ଦାସ, ଟିକି ଦାଶଙ୍କ ସମେତ ଶିକ୍ଷକ, ଯୁବକ, ଅବସର ପ୍ରାପ୍ତ ସେନା, ପୁଲିସ କର୍ମଚାରୀଙ୍କ ସମେତ ୩୦୦ରୁ ଅଧିକ ଲୋକେ ଯୋଗ ଦେଇଥିଲେ।

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ 'ଟିମ୍-୧୪୦'କୁ ତାଲ...