ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଗାଡ଼ି ମାଲିକଙ୍କଠାରୁ ଭଡ଼ା ଚାର୍ଜ ମୁକ୍ତ କରିବାକୁ ନେଉଥିଲେ ଲାଞ୍ଚ

Published By : Prameya | May 20, 2025 8:15 PM

ରାଉରକେଲା ,୨୦/୫ : ଗାଡ଼ି ମାଲିକଙ୍କଠାରୁ ଭଡ଼ା ଚାର୍ଜ ମୁକ୍ତ କରିବାକୁ ଲାଞ୍ଚ ନେଉଥିବାବେଳେ ବିସ୍ରା ବନାଞ୍ଚଳ ରେଞ୍ଜର ଗିରଫ । ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଡେୱାଇ ରେଞ୍ଜର ଅସିତ ପଟ୍ଟନାୟକ । ଜନୈକ ଗାଡ଼ି ମାଲିକଙ୍କଠାରୁ ଏପ୍ରିଲ ମାସ ପାଇଁ ତାଙ୍କର ପୂର୍ବ ନିୟୋଜିତ ଗାଡ଼ିର ଭଡ଼ା ଚାର୍ଜ ମୁକ୍ତ କରିବାକୁ ୧୮,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ଏହାସହ ୧ ମେ ୨୦୨୫ରୁ ସରକାରୀ ବ୍ୟବହାର ପାଇଁ ଉକ୍ତ ଗାଡ଼ିକୁ ପୁନଃ ନିୟୋଜିତ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କୌଣସି ବିକଳ୍ପ ନ ଥିବାରୁ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ଏହାପରେ ଆଜି ଭିଜିଲାନ୍ସର ଏକ ଦଳ ପୂର୍ବ ପ୍ରସ୍ତୁତି କ୍ରମେ ଅଭିଯୋଗକାରୀଙ୍କଠାରୁ ୧୮,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଡେପୁଟି ରେଞ୍ଜର ଶ୍ରୀ ପଟ୍ଟନାୟକଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଶ୍ରୀ ପଟ୍ଟନାୟକଙ୍କ କବଜାରୁ ସମସ୍ତ ଦାଗି ଲାଞ୍ଚ ୧୮,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏଥିସହ ୪ଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.