ଫିରିଙ୍ଗିଆ,୨୦/୫ : ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଫିରିଙ୍ଗିଆ ବିଜେପି ତରଫରୁ ଫିରିଙ୍ଗିଆଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଫିରିଙ୍ଗିଆ ମଣ୍ଡଳ ସଭାପତି ଶ୍ରୀବଛ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜିତ ମଣ୍ଡଳ, ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି, ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସାଂସଦଙ୍କ ଶିକ୍ଷା ବିଭାଗ ପ୍ରତିନିଧି କଂସଦେବ ସାହୁ, ନୁଆଁପଦର ମଣ୍ଡଳ ସଭାପତି ଦେବେଶ୍ୱର ଦୀପ, ପୂର୍ବତନ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଯୁବ ନେତା ସଞ୍ଜୟ ଦିଗାଳଙ୍କ ସହ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତା, ସାଧାରଣ ଜନତା ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ଲାଗି ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମ ଅବସରରେ ଅବସର ପ୍ରାପ୍ତ ସେନା କର୍ମଚାରୀ ବା ଯବାନ ୪ଜଣଙ୍କୁ ସମ୍ମାନିତ କରାଯାଇଥିଲା I ଶୋଭାଯାତ୍ରାଟି କଲ୍ୟାଣ ମଣ୍ଡପରୁ ବାହାରି ସହର ପରିକ୍ରମା କରି ସାରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା I