ଜହ୍ନାପଙ୍କ, ୨୦/୫ : ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ କମ୍ପରା ଗ୍ରାମର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ତେଜସ୍ୱୀତ୍ ପଟ୍ଟନାୟକ, ଜହ୍ନାପଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ବିଭାଗର ଡ଼ା. ରମାକାନ୍ତ ନନ୍ଦ ଓ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସୁଜାତା ଭଞ୍ଜ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ବଣ୍ଟନ କରି ଥିଲେ ।
ଶିବିରରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଯକ୍ଷ୍ମା, କୁଷ୍ଠ, ସିକେଲସେଲ, ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ରୋଗର ଲକ୍ଷଣ ବିଷୟରେ ବୁଝାଇବା ସହ ସଚେତନ କରାଇଥିଲେ। ପ୍ରତିଦିନ ବ୍ୟାୟାମ ଓ ଯୋଗ କରିବା ଦ୍ୱାରା ଏହି ପ୍ରକାର ରୋଗରୁ ମୁକ୍ତି ମିଳିପାରିବ ବୋଲି ପରାମର୍ଶ ଦେଇଥିଲେ । ଏହି ଶିବିରରେ ପ୍ରାୟ ୮୨ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯାଇଥିଲା। ଏପରି ଆୟୁଷ୍ମାନ ଶିବିର ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।