ଗୋପାଳପୁର, ୨୦/୫ : ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟା ହେଲେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ତଥା ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ବର୍ଷ ଲାଗି ତାଙ୍କୁ ମନୋନୀତ କରିଥିବା ଚିଠି ନମ୍ବର ୪୪ ତାରିଖ ୧୫/୫/୨୦୨୫ ଉଲ୍ଲେଖ ରହିଛି । ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର ନରେନ୍ଦ୍ର କୁମାର ରଣାଙ୍କ ଜରିଆରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ୧୯/୫/୨୫ରେ ଚିଠି ହୋଇଛି l
ଏ ନେଇ କୁଳପତି ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗ କରିବାରୁ ରାଜ୍ୟର ପ୍ରଥମ କରି ଜଣେ ମହିଳାଙ୍କୁ ମହାମହିମା ରାଷ୍ଟ୍ରପତି କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟା ଭାବେ ୩ବର୍ଷ ପାଇଁ ମନୋନୀତ କରିଛନ୍ତି । ଏଥିଲାଗି ତାଙ୍କୁ କୃତଜ୍ଞତା ଜଣାଇବା ସହ ନିଷ୍ଠାର ସହ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି l