ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ବାଲାଂଦେଶୀ ଅନୁପ୍ରବେଶ ରୋକିବାକୁ ସମୁଦ୍ର କୁଳିଆ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି

Published By : Prameya | May 20, 2025 4:11 PM

ବ୍ରହ୍ମପୁର,୨୦/୫ : ବାଲାଂଦେଶୀ ଅନୁପ୍ରବେଶ ରୋକିବାକୁ ପୋଲିସ ପ୍ରଶାସନର ପଦକ୍ଷେପ । ସମୁଦ୍ର କୁଳିଆ ଅଞ୍ଚଳରେ ପୋଲିସର କଡ଼ା ସୁରକ୍ଷା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ କରୁଛି । ବାଲାଂଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ଦେଶରୁ ବିତାଡ଼ିତ କରିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏବେ ପୋଲିସ ପ୍ରଶାସନ ତତ୍ପର ହୋଇପଡିଛି । 

ଗୋପାଳପୁର, ପାତିସୋନପୁର, ଆର୍ଯ୍ୟପଲ୍ଲୀ ପ୍ରମୁଖ ସମୁଦ୍ର କୁଳିଆ ସ୍ଥାନ ଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି । ଏପଟେ ଦେଶର ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଆସ୍ଥାନ ଜମାଇଥିବା ବାଲାଂଦେଶୀଙ୍କୁ ଚିହ୍ନଟ କରି ତୁରନ୍ତ ବିତାଡ଼ିତ କରିବାକୁ ନିବେଦନ କରିଛନ୍ତି ସଚେତନ ନାଗରିକ ।

ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୁଦ୍ର ତଟରେ ପାଟ୍ରୋଲିଂ କରିବା ସହ କୂଳରେ ଲାଗୁଥିବା ଡଙ୍ଗାକୁ ଯାଞ୍ଚ କରୁଛୁ । ଅଜଣା ବ୍ୟକ୍ତି ଧରାପଡ଼ିଲେ ସଙ୍ଗେସଙ୍ଗେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଉଛୁ ବୋଲି କହିଛନ୍ତି ତଟ ସୁରକ୍ଷା କର୍ମଚାରୀ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.