ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ମେ’ରୁ ସେପ୍ଟେମ୍ବର ଯାଏଁ ସାପ ଭୟ, ପାଞ୍ଚ ବର୍ଷରେ ସର୍ପାଘାତରେ ଗଲାଣି ୨୦୫ ଜୀବନ

Published By : Prameya | May 21, 2025 2:31 PM

ଅନୁଗୁଳ,୨୧/୦୫ : ସାବଧାନ! ଅନ୍ଧାର ରାତିରେ ବୁଲାବୁଲି କରୁଥିଲେ ସତର୍କ ରୁହନ୍ତୁ । ବାହାରେ ସାପଙ୍କ ଚଳପ୍ରଚଳ ଆରମ୍ଭ ହୋଇଗଲାଣି । ଏବେ ସାପ ଅଣ୍ଡା ଦେବାର ସମୟ । ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶୁଛନ୍ତି । ବିପଦ ଆଶଙ୍କା ମାତ୍ରେ ଦଂଶନ କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଏହାର ଭୟବହତାକୁ ଦର୍ଶାଉଛି । ଗତ ୧୦ ଦିନ ମଧ୍ୟରେ ସାପ କାମୁଡ଼ାରେ ଦୁଇ ଜଣଙ୍କ ଜୀବନ ଗଲାଣି । ଗତ ୫ ବର୍ଷରେ ୨୦୫ଜଣଙ୍କ ମୃତ୍ୟୁ ହୋଇଛି । 

ମେ’ ମାସରୁ ଆରମ୍ଭ ହୋଇଯାଏ ସର୍ପାଘାତ ଭୟ । ବର୍ଷା ଋତୁରେ ସାପ ଅଣ୍ଡା ଦିଅନ୍ତି । ସାପ ଗାତରେ ପାଣି ପଶିଯିବା ଯୋଗୁ ସାପ ବାହାରେ ପ୍ରବଳ ମାତ୍ରାରେ ବୁଲନ୍ତି । ଖାଦ୍ୟ ଅନ୍ୱେଷଣରେ ଘରେ ପଶନ୍ତି । ସାପ ଚଳପ୍ରଚଳ ଯୋଗୁ ଏହି ସମୟରେ ସର୍ପାଘାତ ବୃଦ୍ଧି ପାଉଛି । ଚଳିତ ମାସ ପହିଲାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ମୁଖ୍ୟତଃ ରାତିରେ ସର୍ପାଘାତର ଶିକାର ହେଉଥିବା ଲୋକଙ୍କ ଜୀବନ ଯିବାର ଆଶଙ୍କା ବଢ଼ିଯାଉଛି । ବିଷଧର ସାପ କାମୁଡ଼ିବାର ପ୍ରଥମ ଦୁଇ ଘଣ୍ଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ ଆଣ୍ଟି ସ୍ନେକ୍‌ ଭେନନ୍‌ ଇଞ୍ଜେକସନ୍‌ ନେଲେ ଜୀବନ ବଞ୍ଚିବାର ସମ୍ଭାବନା ଅଧିକ । ମାତ୍ର ରାତିରେ ମେଡିକାଲ୍‌ ଆଣିବାରେ ବିଳମ୍ବ ଯୋଗୁ ଅକାଳରେ ଜୀବନ ଝଡ଼ିପଡୁଛି । ଜିଲ୍ଲା ଆପାତକାଳୀନ ବିଭାଗର ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ସାପ କାମୁଡ଼ାରେ ୨୦୫ ଜଣଙ୍କ ଜୀବନ ଯାଇଛି । 

୨୦୨୦ରେ ସର୍ବାଧିକ ୫୪ ଜଣଙ୍କ ଜୀବନ ଯାଇଥିଲା ସାପ ଚୋଟରେ । ସେହିପରି ୨୦୨୧ରେ ୪୯ ଜଣ, ୨୦୨୨ରେ ୨୮ ଜଣ, ୨୦୨୩ରେ ୪୦ ଜଣ ଓ ୨୦୨୪ରେ ୩୪ ଜଣ ସାପ କାମୁଡ଼ାରେ ଆଖି ବୁଜିଛନ୍ତି । ବେସରକାରୀ ତଥ୍ୟ ଅନୁସାରେ କିନ୍ତୁ ଏହି ସଂଖ୍ୟା ଢେର ଅଧିକ । କାରଣ ଅନୁଗୁଳ ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ଏବେ ବି ଲୋକ ଗୁଣି ଗାରେଡ଼ିକୁ ଭରସା କରିଛନ୍ତି । ସାପ କାମୁଡ଼ିବା ପରେ ପ୍ରଥମେ ଗୁଣିଆ ପାଖକୁ ନେଉଛନ୍ତି, ପରିସ୍ଥିତି ଅଣାୟତ ହେଲେ ଡାକ୍ତରଖାନା ଆଣୁଛନ୍ତି । ବର୍ଷା ଋତୁରେ ସାପଙ୍କ ବାହାରେ ଚଳପ୍ରଚଳ ଅଧିକ । ତେଣୁ ମେ, ଜୁନ୍‌, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସ ଅଧିକ ବିପଦ । ତେଣୁ ଏଥିପ୍ରତି ଅଧିକ ସତର୍କତା ଜରୁରି । 

ଘର ଚାରି ପାଖ ସଫାସୁତୁରା ରଖିବା ସହିତ ସାପ କାମୁଡ଼ିବା ମାତ୍ରେ ଗୁଣିଗାରେଡିକୁ ବିଶ୍ୱାସ ନକରି ଯଥାଶୀଘ୍ର ମେଡିକାଲ୍‌ରେ ଭର୍ତ୍ତି କଲେ ଜୀବନ ବଞ୍ଚିବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଅପରପକ୍ଷରେ ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ, ସବୁଠି ଆଣ୍ଟି ସ୍ନେକ ଭେନମ୍‌ ଉପଲବ୍ଧ ରହିଛି । ତେଣୁ ସାପ କାମୁଡ଼ିବା ମାତ୍ରେ ତୁରନ୍ତ ମେଡିକାଲ୍‌ରେ ଭର୍ତ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ସର୍ପାଘାତ ଜନିତ ମୃତ୍ୟୁହାର କମାଇବା ପାଇଁ ସର୍ପମିତ୍ର, ଆଶାକର୍ମୀମାନେ ଲୋକଙ୍କ ମଧ୍ୟରେ ସଚେତନତା ଜାରି ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.