ପ୍ରମୂଖ ଖବର
  • ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ଢାଞ୍ଚା ବଦଳିବ , ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ହେବ ଚୂଡ଼ାନ୍ତ
  • ||
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ସହ ୨ ଦେଢଶୁର ଗିରଫ

Published By : Prameya | May 20, 2025 10:30 PM

ବୁଗୁଡ଼ା,୨୦/୫ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ସ୍ବାମୀଙ୍କ ସମେତ ଦୁଇ ଦେଢ ଶୁରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ମୃତା ବିବାହିତା ମହିଳା ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁର ବଳରାମ ପ୍ରଧାନଙ୍କ ଝିଆରୀ ବର୍ଷା ମଲିକ(୩୦) । ଗିରଫ ୩ ଜଣ ହେଲେ ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମର ବିଜୟ ମଲିକଙ୍କ ପୁଅ ଅରୁଣ (୩୫), ରାମଚନ୍ଦ୍ର (୪୦) ଓ ଲକ୍ଷ୍ମଣ (୩୭)। ଏ ନେଇ ବଳରାମ ପ୍ରଧାନଙ୍କ ଅଭିଯୋଗକ୍ରମେ ବୁଗୁଡ଼ା ଥାନାରେ କେସ୍ ନଂ ୩୩୩/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । 

ପ୍ରକାଶ ଯେ, ବର୍ଷା ୬ବର୍ଷ ତଳେ ଅରୁଣଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ଏବଂ ଦାବି ମୁତାବକ ଯୌତୁକ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା । ତାଙ୍କର ୩ ବର୍ଷର ଝିଅଟିଏ ରହିଥିବାବେଳେ ସ୍ବାମୀ, ଦୁଇ ଦେଢ ଶୁର, ଯାଆ ଓ ନଣନ୍ଦଙ୍କ ଦ୍ବାରା ସେ ଯୌତୁକଜନିତ ନିର୍ଯାତନାର ଶିକାର ହୋଇଆସୁଥିଲା। ତେବେ ଗତ ୧୭ତାରିଖ ସନ୍ଧ୍ୟା ୫ଟା ୩୫ରେ ବର୍ଷା ତାଙ୍କ ମା’ଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ। ଏହାର ଦେଢ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା। 

ବର୍ଷାଙ୍କ ଶ୍ବଶୁର ଘର ଲୋକେ ତାଙ୍କ ପରିବାରକୁ ନ ଜଣାଇ ତରବରିଆ ଭାବେ ଶବକୁ ପୋଡ଼ି ଦେଇଥିଲେ। ଏ ନେଇ ବର୍ଷାଙ୍କ ଦାଦା ବଳରାମ ଜାଣିବା ପରେ ବାଲିପଦର ଫାଣ୍ଡିରେ ତାଙ୍କ ଝିଆରୀକୁ ହତ୍ଯା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ମଶାଣିରୁ ହାଡ଼ ଓ ପାଉଁଶ ଜବତ ସହ ଘରୁ କିଛି ଔଷଧ ମଧ୍ୟ ଜବତ କରିଥିଲା। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବାବେଳେ ତଦନ୍ତ ଅଧିକାରୀ ଭାବେ ବାଲିପଦର ଫାଣ୍ଡି ଏସ୍ଆଇ ଏନ୍. ନିଳାଦ୍ରୀ ରେଡି ନିୟୋଜିତ ଥିବା ଜଣାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.