ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଟ୍ରେନ୍‌କୁ ପୁଣି ଟାର୍ଗେଟ, ତପସ୍ୱିନୀ ଏକ୍ସପ୍ରେସକୁ ପଥରମାଡ଼ କଲେ ଦୁର୍ବୃତ୍ତ, ଭାଙ୍ଗିଲା କାଚ

Published By : Prameya | May 17, 2025 10:01 AM

ସମ୍ବଲପୁର ୧୭/୦୫ : ଟ୍ରେନ୍ ଉପରକୁ ପଥର ମାଡ଼। ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ଼ କଲେ ଦୁର୍ବୃତ୍ତ। ପୁରୀରୁ ହାଟିଆ ଯାଉଥିବା ଏହି ଟ୍ରେନ ଉପରକୁ ରେଙ୍ଗାଲି ଷ୍ଟେସନ ନିକଟ ଲପଙ୍ଗାରୁ ବୃନ୍ଦମାଲ ମଝିରେ ପଥର ମାଡ ହୋଇଛି। ପଥର ମାଡରେ ଟ୍ରେନ୍‌ ଏସି କୋଚର କାଚ ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଟ୍ରେନ୍‌ରେ ଥିବା ଯାତ୍ରୀ ଭୟଭୀତ ଥିବା ଜଣାପଡିଛି।  ଘଟଣାକୁ ନେଇ ତଦନ୍ତ ଚାଲିଥିବା କହିଛି ସମ୍ବଲପୁର ଜିଆରପି।

ସୂଚନା ଅନୁଯାୟୀ, ଶନିବାର ଭୋର ୫ଟା ୪୫ ମିନିଟ୍‌ରେ ସମୟରେ ସମ୍ବଲପୁର ରେଙ୍ଗାଲି ଷ୍ଟେସନ ନିକଟ ଲପଙ୍ଗାରୁ ବୃନ୍ଦମାଲ ମଝିରେ ମଝିରେ ତପସ୍ୱିନୀ ଏକ୍ସପ୍ରେସ୍‌କୁ ପଥରମାଡ଼ କରିଛନ୍ତି ଦୁର୍ବୃତ୍ତ। ଯେଉଁଥିରେ ଟ୍ରେନ୍‌ର ଏସି କୋଚର କାଚ ଭାଙ୍ଗିବା ସହ ଅନେକ ସିଟ୍‌ ମଧ୍ୟ ନଷ୍ଟ ହୋଇଛି । ଏସି କୋଚର ବି-୬ ୧୫ ନମ୍ବର ସିଟ୍ ଏବଂ ବି- ୭ର  ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଦୁବୃତ୍ତମାନେ ପଥଡ଼ ମାଡ଼ କରିଛନ୍ତି ଜଣାପଡିନାହିଁ। ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଜିଆରପି ଘଟଣାର ତଦନ୍ତ କରଥିବା ଜଣାପଡିଛି। 

ଟ୍ରେନରେ ଥିବା କର୍ମଚାରୀଙ୍କ ସୂଚନା ଅନୁସାରେ, ଆଜି ଭୋରରୁ ସମ୍ବଲପୁର ସିଟି ଷ୍ଟେସନ ଅତିକ୍ରମ କରିବା ପରେ ଟ୍ରେନର ଏସି ବଗି ଯାତ୍ରୀ ଚିତ୍କାର କରିଥିଲେ। ଟ୍ରେନର ଏସି ବଗିରେ ଥିବା ଝରକା କାଚ ଭାଙ୍ଗି ଯାଇଥିଲା। କେହି ଗୁଳି କରିଥିବା ଶବ୍ଦ ଶୁଣିଥିବା ଯାତ୍ରୀଜଣକ ତାଙ୍କୁ କହିଥିଲି। ଝରକା କଚାକୁ ଗୁଳି ମାଡ଼ ହୋଇଥିବା ଭୟଭୀତ ଅବସ୍ଥାରେ ଯାତ୍ରୀ କହିଥିଲେ। ଟ୍ରେନ ଆଟେଣ୍ଡର ବଗିରେ ପହଞ୍ଚି ଦେଖିଲା ବେଳକୁ ଝରକା କାଚଟି ସମୂର୍ଣ୍ଣ ଭାଙ୍ଗି ଯାଇଛି। ତେଣୁ ସେ ତୁରନ୍ତ ଏନେଇ ଟିଟିଇଙ୍କୁ ସୂଚନା ଦେଇଥିଲେ। ପରେ ଜିଆରପି ଅଧିକାରୀ ଓ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଏଭଳି ଘଟଣା ସମ୍ବଲପୁରରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ସମ୍ବଲପୁର ରେଙ୍ଗାଲି ଷ୍ଟେସନ ମଧ୍ୟରେ ଅନେକ ଥରେ ଚଳନ୍ତା ଟ୍ରେନ ଉପରକୁ ପଥର ମାଡ଼ ହୋଇଛି। ଏମିତି କି ଗତ କିଛି ମାସ ପୂର୍ବରୁ ଜଗନ୍ନାଥ କଲୋନୀ ନିକଟରେ ପଥର ମାଡ଼ ହୋଇ ଜଣେ ଯାତ୍ରୀ ଆହତ ହୋଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.