ଭୁବନେଶ୍ୱର, ୧୯/୦୫: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ତଥା ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମପଞ୍ଚାୟତର ହୀରୋ ଓ ଚିଲକାମ ମଝିରେ ଥିବା ମଜୁରିଆ ପଡ଼ା ଠାରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ ହୋଇଛି । ମୃତକ ଜଣକ ହେଲେ ଶ୍ୟାମସୁନ୍ଦର ପ୍ରଧାନ। ଖବର ପାଇ ପଡିଆବାହାଲ ବନବିଭାଗ ପକ୍ଷରୁ ବନ କର୍ମଚାରୀଙ୍କ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନା ମୁତାବକ, ଶ୍ୟାମସୁନ୍ଦର ପ୍ରଧାନ ନୂଆମୁଣ୍ଡାରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ବେଳେ ମଜୁରିଆପଡ଼ାରେ ୬ ଟିକିଆ ହାତୀପଲ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ପଲ ଶ୍ୟାମସୁନ୍ଦରଙ୍କୁ ଆକ୍ରମଣ କରି ଦଳି ମାରି ଦେଇଥିଲେ। ଏନେଇ ସୂଚନା ପାଇବା ପରେ ପରେ ପଡିଆବାହାଲ ବନବିଭାଗ ପକ୍ଷରୁ ବନ କର୍ମଚାରୀଙ୍କ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।