ଭୁବନେଶ୍ଵର, ୨୧/୦୫ : କଲେଜ ଇଲେକ୍ସନକୁ ଗ୍ରୀନ୍ ସିଗନାଲ୍। ଦଶହରା ପୂର୍ବରୁ ସରିବ କ୍ୟାମ୍ପସ୍ ଇଲେକ୍ସନ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା। ମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ବିଭାଗ କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି। ସଠିକ୍ ସମୟରେ ସବୁ ଶେଷ କରିବାକୁ ପ୍ରୟାସ ଜାରି ରହିଛି।
ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଜୁଲାଇ ୧୫ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ। ସେଥିପାଇଁ ଏପ୍ରିଲ ୧୬ରୁ ଆଗୁଆ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ୯୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରି ନାହିଁ ସେପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। କାରଣ ଆଡମିସନ ପ୍ରକ୍ରିୟା ଶେଷ କରିବାକୁ ଗତବର୍ଷ ଡିସେମ୍ବର ହୋଇଯାଇଥିଲା। ଏଣୁ ଏଥର ଶୀଘ୍ର ନାମଲେଖା କରି ଜୁନରେ ସିଟ୍ ଆଲୋକେଶନ ସହ ଜୁଲାଇ ୧୫ରୁ ପାଠପଢ଼ା ବା କ୍ଲାସ୍ ଆରମ୍ଭ ହେବ। ଯେଉଁମାନେ ପ୍ରକ୍ରିୟା ଜାଣିନାହାନ୍ତି ସେହିମାନେ ଅଯଥା ଅଭିଯୋଗ କରୁଛନ୍ତି।